www.samajalive.in
Sunday, December 7, 2025
23.1 C
Bhubaneswar

ଚୀନକୁ ବ୍ରିଟେନର ଝଟକା, ଜାପାନ ସହଯୋଗରେ ପ୍ରସ୍ତୁତ କରିବ ୫-ଜି ନେଟୱର୍କ

ଟୋକିଓ : ସାମ୍ରାଜ୍ୟ ବିସ୍ତାରବାଦୀ ନୀତି ଆପଣାଇଥିବା ଚୀନ୍‌କୁ ଏବେ ଗୋଟିଏ ପରେ ଗୋଟିଏ ବଡ କ୍ଷତି ପହଞ୍ଚିବାରେ ଲାଗିଛି । ନିକଟରେ ଭାରତ ଏହା ପରେ ଜାପାନଠାରୁ କ୍ଷତିର ସମ୍ମୁଖୀନ ହେବା ପରେ ଏବେ ବ୍ରିଟେନ ସରକାର ଚୀନ୍‌କୁ ବଡ ଝଟ୍‌କା ଦେଇଛନ୍ତି । ୫ଜି ଟେଲିକମ୍‌ ନେଟ୍‌ୱର୍କ ପ୍ରତିଷ୍ଠା ପ୍ରକଳ୍ପରୁ ବ୍ରିଟେନ ଚୀନ୍‌କୁ ବାଦ୍‌ ଦେଇଛି । ସବୁଠାରୁ ବଡ କଥା ହେଉଛି ଏଥିପାଇଁ ବ୍ରିଟିଶ ସରକାର ଜାପାନକୁ ବାଛି ନେଇଛି । ନିକଟରେ ଜାପାନ ସରକାର ଚୀନରେ କାର୍ୟ୍ୟରତ ଏହାର ସମସ୍ତ କମ୍ପାନୀଙ୍କୁ ସେଠାରୁ ସ୍ବଦେଶକୁ ଫେରିଆସିବାକୁ ନିର୍ଦେଶ ଦେଇଥିଲେ । କିଛି ଦିନ ପୂର୍ବରୁ ବ୍ରିଟେନ ପକ୍ଷରୁ ଚୀନର ହ୍ବେଇ ଉପରେ କଟକଣା ଲାଗୁ କରାଯାଇଥିଲା । ଏହା ପୂର୍ବରୁ ଆମେରିକା ମଧ୍ୟ ଏହି ଚାଇନା କମ୍ପାନୀ ଉପରେ କଟକଣା ଲାଗୁ କରିଥିଲା । ଆମେରିକା ଓ ଚୀନ ମଧ୍ୟରେ ବହୁ ସମୟ ଧରି ଟେକ୍ନୋଲୋଜି ଓ ନିରାପତ୍ତାକୁ ନେଇ ଉତ୍ତେଜନା ପରିସ୍ଥିତି ଲାଗି ରହିଥିଲା ।

ବ୍ରିଟେନ ୫-ଜି ୱାରଲେସ ନେଟୱର୍କ ବିକାଶ କରିବା ଲାଗି ଜାପାନର ସହାୟତା ଲୋଡ଼ିଛି । ଏହି କ୍ରମରେ ବ୍ରିଟେନର ଅଧିକାରୀମାନେ ଜାପାନର ଅଧିକାରୀମାନଙ୍କୁ ଭେଟିଛନ୍ତି । ଉଭୟ ଗୋଷ୍ଠୀର ସଦସ୍ୟମାନଙ୍କର ଟୋକିଓଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ବ୍ରିଟେନ ଚୀନର ହ୍ବେଇଠାରୁ ସମ୍ପର୍କ ଛିନ୍ନ କରି ୨୦୨୭ ପର୍ୟ୍ୟନ୍ତ ନିଜର ୫-ଜି ନେଟୱର୍କରୁ ହ୍ବେଇର ଉପକରଣ ହଟାଇବା ନେଇ ଘୋଷଣା କରିସାରିଛି । ବ୍ରିଟେନ କିଛି ଦିନ ପୂର୍ବରୁ ୟୁରୋପୀୟ ସଂଗଠନରୁ ଓହରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲା । ହ୍ବେଇ ଉପରେ ଆମେରିକା ମଧ୍ୟ କଟକଣା ଲାଗୁ କରିସାରିଛି । ହ୍ବେଇ ଉପରେ କଟକଣା ପରେ କମ୍ପାନୀ କୌଣସି ପ୍ରକାରର ଗୁଗଲ ସର୍ଭିସ ବ୍ୟବହାର କରିପାରିବ ନାହିଁ । ଏହା ପୂର୍ବରୁ ଭାରତ ମଧ୍ୟ ଚୀନର ୫୯ଟି ଆପ୍ସ ଉପରେ କଟକଣା ଲଗାଇଛି । ଏଥିରେ ଲୋକପ୍ରିୟ ଟିକ୍‌ଟକ୍‌ ମଧ୍ୟ ସାମିଲ ରହିଛି । ସେହିଭଳି ୟୁସି ବ୍ରାଉଜର, ହେଲୋ, ୱିଗୋ, ଶେୟାର ଡଟ ଭଳି ଆପ ଭାରତରେ ବନ୍ଦ କରାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories