www.samajalive.in
Sunday, December 7, 2025
26.1 C
Bhubaneswar

ଚିଲିକା ଉପରେ ଉଡାଣ ପ୍ରତିବନ୍ଧକ ନାହିଁ: ସିଡିଏ

ଭୁବନେଶ୍ବର: ଚିଲିକା ଉପରେ ଚୋପର ଉଡ଼ାଣ ଘଟଣା ପୁଣି ନୂଆ ମୋଡ ନେଇଛି । ଚିଲିକା ଉପରେ ଉଡାଣକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଚିଲିକା ଉପରେ ବିମାନ କିମ୍ବା ଚୋପର ଉଡ଼ାଣ ନେଇ ସିଡିଏ ପକ୍ଷରୁ ସେଭଳି କୌଣସି  ପ୍ରତିବନ୍ଧକ ନାହିଁ ବୋଲି ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରକୃତରେ ଚିଲିକା ଉପରେ ଉଡାଣ ପ୍ରତିବନ୍ଧକ ରହିଛି କି ନାହିଁ  ତାହା ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ( ଡିଜିସିଏ) ସ୍ପଷ୍ଟ କରିପାରିବେ ବୋଲି ଶ୍ରୀନନ୍ଦ କହିଛନ୍ତି ।

ସେହିପରି ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ପ୍ରସଙ୍ଗରେ ସିଡିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ଏନେଇ ଅନୁଧ୍ୟାନ କରାଯିବ । ଏହି ଘଟଣା ବର୍ଷକ ତଳର, ସେତେବେଳେ ସେ ଦାୟିତ୍ବରେ ନଥିବା କହିଛନ୍ତି।

- Advertisement -

ସେହିପରି ଗତ ୧୫ ତାରିଖରେ ଚିଲିକା ଉପରେ ହେଲିକପ୍ଟର ଉଡାଣ ବେଳେ ଜୈବ ବିବିଧତା ପ୍ରଭାବିତ ହୋଇନାହିଁ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି । ହେଲିକପ୍ଟର ଉଡାଣ ଦ୍ବାରା କିଛି ଜୈବ ବିବିଧତା ନଷ୍ଟ ହୋଇ ନାହିଁ, କେବଳ ଶବ୍ଦରେ ମତ୍ସ୍ୟଜୀବୀ ଭୟଭୀତ ହୋଇଛନ୍ତି । ଏନେଇ ଥାନାରେ ଏତଲା ହୋଇଛି, ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ଥାନରେ ଏତଲା ଦିଆଯାଇଛି। ବୈଜୟନ୍ତଙ୍କ  ଭଳି ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ କିଛି ନେତା ମଧ୍ୟ ଚିଲିକା ଉପରେ ହେଲିକପ୍ଟରର ଓ ବିମାନରେ ଯାଇଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ ପାଇଁ ଆବେଦନ କରାଯାଇଥିଲା । ହେଲିକପ୍ଟରରେ ଚିଲିକା ଉପରେ ଯାତ୍ରା କରିଥିବା ସମସ୍ତ ନେତାଙ୍କ ନାମରେ ମାମଲା ରୁଜୁ ପାଇଁ ମଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories