ଗୋଦାମ ଗୃହ ଓ ଭୋଜନ ବାରଣ୍ଡାରେ ପିଲାଙ୍କ ଚାଲିଛି ପାଠପଢ଼ା-କିର୍ତ୍ତିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା

ଚାନ୍ଦିପୁଟ – ବିଦ୍ୟାଳୟ ର ନାଁହି ଆବଶ୍ୟକୀୟ ଶ୍ରେଣୀ ଗୃହ , ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ବାରଣ୍ଡା ରେ ଚାଲୁଛି ଏକାଥରକେ ତିନି ତିନୋଟି ଶ୍ରେଣୀ ର ପିଲାଙ୍କ ପାଠପଢା । କେବଳ ସେତିକି ନୁହେଁ ଅନେକ ପିଲାଙ୍କୁ ଗୋଦାମ ଗୃହ ରେ ମଧ୍ୟ ପାଠପଢୁଛନ୍ତି ଛାତ୍ର ଛାତ୍ରୀ । ଏଭଳି ଅବ୍ୟବସ୍ଥା ଘେରରେ ଗଜପତି ଜିଲ୍ଲା ମୋହନା ବ୍ଲକ ର ସର୍ବ ପୁରାତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କିର୍ତ୍ତିଙ୍ଗ ଠାରେ ଶିକ୍ଷା ବ୍ୟବସ୍ଥା ଚାଲିଛି ।

ଗ୍ରାମାଞ୍ଚଳରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦେଶ୍ୟ ରେ ରାଜ୍ୟ ସରକାର ପ୍ରତି ବିଦ୍ୟାଳୟର ଭିତିଭୂମି ର ବିକାଶ କୁ ପ୍ରାଧାନ୍ୟ ଦେଉଥିବା ବେଳେ କିର୍ତ୍ତିଙ୍ଗ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ୧୯୭୭ ମସିହା ରେ ସ୍ଥାପିତ ଏହି ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ମୋଟ ୭୫ ପିଲା ପାଠ ପଢୁଛନ୍ତି । ବିଦ୍ୟାଳୟ ରେ ପୁରୁଣା କୋଠା କୁ ମିଶାଇ ସମ୍ପୁର୍ଣ୍ଣ ଦୁଇଟି କୋଠା ରହିଥିବା ବେଳେ ଗୋଟିଏ କକ୍ଷରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଏବଂ ଅନ୍ୟ ଏକ କକ୍ଷ ରେ ତୃତୀୟ,ଚତୁର୍ଥ,ପଞ୍ଚମ ଶ୍ରେଣୀ ର ପିଲାଏଁ ପଢ଼ୁଛନ୍ତି ପାଠ ।‌ ବଳକାଂଶ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଖୋଲା ଭୋଜନ ବାରଣ୍ଡା ରେ ପାଠପଢୁଛନ୍ତି । ଅସରାଏ ବର୍ଷା ହେଲେ ପାଠ ପଢା ପ୍ରଭାବିତ ହେଉଥିବା ବେଳେ ଗୋଟିଏ ସ୍ଥାନରେ ତିନି ତିନୋଟି ଶ୍ରେଣୀ ର ପାଠ ପଢିବା ବହୁତ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି ଛାତ୍ର ଛାତ୍ରୀ। ରୋଷେଇ ଶାଳ ଛାତ ଖରାପ ଥିବା ଯୋଗୁଁ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ସାମଗ୍ରୀକୁ ଆଣି ବିଦ୍ୟାଳୟ କୋଠରୀ ରେ ରଖାଯାଇଥିବା ବେଳେ ଅପ୍ରିତିକର ପରିସ୍ଥିତି ରେ ପିଲାମାନେ ପଢୁଛନ୍ତି ପାଠ ।‌ ଏହା ସହ ବିଦ୍ୟାଳୟ ରେ ପାଣି ଟ୍ୟାପ ଲାଗିଛି କିନ୍ତୁ ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ପାଚେରୀ ନଥିବା ହେତୁ ଅସାମାଜିକ ଲୋକ ଙ୍କ ଅବାଧ ପ୍ରବେଶ ସାଙ୍ଗକୁ ବୁଲା ଜୀବଜନ୍ତୁ ପ୍ରବେଶ କରି ବିଦ୍ୟାଳୟ ପରିବେଶ କୁ ନଷ୍ଟ କରିଦେଉଥିବା ହେତୁ କୌଣସି ଗଛ ରହୁନଥିବା କହିଛନ୍ତି ଛାତ୍ରୀ ମାନେ ।

ଏ ସମ୍ପର୍କରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମାଞ୍ଚଳ କାର୍ଯୀ ଙ୍କୁ ପଚାରିବାରେ ବିଦ୍ୟାଳୟ ର ଭିତ୍ତି ଭୂମି ଓ ଆନୁଷଙ୍ଗିକ ସୁବିଧା ର ଅଭାବ ରହିଛି , ସମସ୍ୟା ନେଇ ପିଣ୍ଡିକି ସରପଞ୍ଚ ରାଜ କିଶୋର ମଲ୍ଲିକ ଙ୍କୁ ଜଣାଇବା ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅବଗତ କରାଯାଇଥିବା କହିଛନ୍ତି। ସେପଟେ ପିଣ୍ଡିକି ସରପଞ୍ଚ ଙ୍କୁ ପଚାରିବାରେ ମନେରେଗା ଯୋଜନା ରେ ବିଦ୍ୟାଳୟ ପାଚେରୀ ଖୁବ ଶିଘ୍ର ନିର୍ମାଣ କରାଯିବ ଏହା ସହ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବ୍ଳକର କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ପାଡୀ ଧ୍ୟାନ ଦେଉନଥିବା କହିଛନ୍ତି । ଅନ୍ୟ ପକ୍ଷରେ ଏନେଇ ସଂମୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରେ ଶ୍ରେଣୀ ଗୃହ ପାଇଁ ଟେଣ୍ଡର ସରିଛି ଶିଘ୍ର ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.