ଚିକିଟି ମଦମୃତ୍ୟୁର ତଦନ୍ତ ପାଇଁ ନିର୍ଦେଶ

ଭୁବନେଶ୍ବର: ଚିକିଟି ମଦମୃତ୍ୟୁ ମାମଲାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦେକ୍ଷପ ଗ୍ରହଣ କରିଛନ୍ତି। ଆଜି ଗଞ୍ଜାମ ଚିକିଟି ମଦମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ ମାସ ଭିତରେ ତଦନ୍ତ ସାରିବାକୁ ବିଜ୍ଞପ୍ତିରେ ଦର୍ଶାଯାଇଛି।। ମଦମୃତ୍ୟୁର କାରଣ ଓ କେଉଁମାନେ ଦାୟୀ ରହିବେ ସେ ସଂକ୍ରାନ୍ତରେ ତଦନ୍ତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଅବକାରୀ ବିଭାଗ ଅଧିକାରୀ କିମ୍ବା ପୁଲିସ ଦାୟୀ  ରହିଥିଲେ ସେମାନଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହେବ ପରାମର୍ଶ ଲୋଡ଼ାଯିବା ସହିତ ରାଜସ୍ବ ବୋର୍ଡର ସଦସ୍ୟ କରି ଏହି ତଦନ୍ତ କରି ରିପୋର୍ଟ  ପ୍ରଦାନ କରିବେ ବୋଲି କୁହାଯାଇଛି। ଏହାପରେ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡବିଧାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.