www.samajalive.in
Monday, December 15, 2025
16.1 C
Bhubaneswar

ମୁଖ୍ୟ ଶାସନ ସଚିବ ସୁନ୍ଦରଗଡ଼ ଜିଲା ଗସ୍ତ: ସମନ୍ବିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ, ଜିଲା ପ୍ରଶାସନକୁ ପ୍ରଶଂସା

ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସୁନ୍ଦରଗଡ଼ ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ ନିର୍ମାଣାଧୀନ ବ୍ୟାରେଜ ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ ସୁନ୍ଦରଗଡ଼ ସହର ସହିତ ଆଖପାଖ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ସହ ଚାଷଜମିକୁ ଜଳସେଚନର ସୁବିଧା ହେବା ସହିତ ଭୂତଳ ଜଳସ୍ତର ମଧ୍ୟ ପୁନଃ ଭରଣ ହୋଇପାରିବ ବୋଲି କହିଥିଲେ।

ଏହି ଦୁଇଟି ବ୍ୟାରେଜ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ୨୪,୭୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୋପସିଙ୍ଗା ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏହାର ଲମ୍ବ ୫୦୦ ମିଟରରୁ ଅଧିକ ରହିଥିବା ବେଳେ ଏଥିରେ ୫ଟି ସ୍ଲୁଇସ୍ ଗେଟ୍ ରହିବ। ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ‘କନଷ୍ଟ୍ରକସନ ଅଫ୍ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର’ ଯୋଜନା ଅଧୀନରେ ସୁନ୍ଦରଗଡ଼ ଜିଲାର କୋପସିଙ୍ଗା ଏବଂ କୁଡ଼ାବଗାଠାରେ ଇବ୍ ନଦୀ ଉପରେ ଦୁଇଟି ବ୍ୟାରେଜ ନିର୍ମାଣ କରାଯାଉଛି। ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପକୁ ଆଭାସି ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

- Advertisement -

ସୁନ୍ଦରଗଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ଓ ନ୍ୟାସନାଲ ମେଡିକାଲ କାଉନସିଲ ଏହି କଲେଜ ପରିଦର୍ଶନ କରି ଏହାର ଭିତ୍ତିଭୂମି ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। କାଉନସିଲର ଅନୁମତି ଆସିଲେ ଚଳିତ ଶିକ୍ଷା ବର୍ଷଠାରୁ କଲେଜରେ ନାମଲେଖା ଆରମ୍ଭ କରିବା ନିମେନ୍ତ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ ଜିଲାରେ ସଡ଼କ ସୁରକ୍ଷା ନିମନ୍ତେ କାର୍ଯ୍ୟକାରୀ କରାଯାଇଥିବା ସମନ୍ୱିତ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ଏହି ବ୍ୟବସ୍ଥା ଦ୍ବାରା ରାସ୍ତାରେ ଅପରାଧ ଓ ଦୁର୍ଘଟଣା ଆଦି ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ମହାପାତ୍ର କହି ସନ୍ତୋଷ ପ୍ରକାଶ କରି ଜିଲା ପ୍ରଶାସନକୁ ପ୍ରଶଂସା କରିଥିଲେ । ଏହି ବ୍ୟବସ୍ଥା ନୁସାରେ ଗାଡ଼ିର ବେଗ ନିୟନ୍ତ୍ରଣ ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ଭସ୍ମା ଛକଠାରୁ ବେଦବ୍ୟାସ ଏବଂ ୧୪୩ ନମ୍ବର ଜାତୀୟ ରାଜପଥର ବେଦବ୍ୟାସ ଛକଠାରୁ ବୀରମିତ୍ରପୁର ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ କ୍ୟାମେରା ଖଞ୍ଜାଯାଇଛି।

ସୁନ୍ଦରଗଡ଼ଠାରେ ଥିବା କଣ୍ଟ୍ରୋଲ ରୁମ୍ ଓ କମାଣ୍ଡ ସେଣ୍ଟର ବସି ଏସବୁ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ। ଏହି ଗସ୍ତ ବେଳେ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ, ଏସପି ସାଗରିକା ନାଥ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ, ଉପଜିଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ପଙ୍କଜ ପରିଡ଼ା, ଡିନ୍ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ, ଜଳସମ୍ପଦ ବିଭାଗର ମହାନଦୀ ବେସିନର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପାଣିଗ୍ରାହୀ, ସୁନ୍ଦରଗଡ଼ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶିବ ପ୍ରସାଦ ମହାରଣା, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତକୁ ନେଇ ଜିଲା ପ୍ରଶାସନ ଗତ ଦୁଇଦିନ ହେବ ବେଶ ସକ୍ରିୟ ରହିଥିବାର ପରିଲିକ୍ଷିତ ହୋଇଥିଲା।

Hot this week

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

Related Articles

Popular Categories