ଭଉଣୀକୁ ମାରି ଦେଇଥିବା ଅଭିଯୋଗ, ଭିଣୋଇ ଅଟକ

ନବ ବିବାହିତା ମାମୁନିଙ୍କ ଆତ୍ମହତ୍ୟା ମାମଲା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ତୁଳୁରୋଡରେ ଗୁରୁବାର ସନ୍ଧ୍ୟାରେ ଜଣେ ନବବିବାହିତା ମହିଳା ମାମୁନି ବିଷୋୟୀ ଘର ପରିସରରେ ଥିବା କୂଅରେ ବେକରେ ଶାଢ଼ୀ ଲଗାଇ ଡେଇଁ ପଡି ଆତ୍ମହତ୍ୟା ମାମଲାରେ ଆଜି ମାମୁନିଙ୍କ ଭାଇ ରାକେଶ ବିଷୋୟୀଙ୍କ ପକ୍ଷରୁ ତାଙ୍କ ଭଉଣୀଙ୍କୁ ମାରି ଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୫୯/୨୨ରେ ଏକ ମାମଲା ରୁଜୁ ତଦନ୍ତ ଜାରି ରଖିବା ସହ ମାମୁନିଙ୍କ ସ୍ବାମୀ ଚିନ୍ତାମଣି ଦଳବେହେରାଙ୍କୁ ଥାନାରେ ଅଟକ ରଖିଛି।
ରାକେଶଙ୍କ ଅଭିଯୋଗ ଅନୁଯାୟୀ ଗତ ଫେବୃଆରୀ ରେ ମାମୁନି ସହ ଚିନ୍ତାମଣିଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟରେ ଦେଢ଼ ଲକ୍ଷ ଟଙ୍କା ଯୈାତୁକ ବାବଦରେ ଦାବି କରାଯାଇଥିଲା। କିନ୍ତୁ ଏହାକୁ ସଠିକ ସମୟରେ ଚିନ୍ତାମଣିଙ୍କୁ ଦିଆଯାଇ ପାରି ନଥିଲା।ଯାସା ଫଳରେ ଅନେକ ସମୟରେ ଶ୍ବଶୁର ଘର ପରିବାର ଲୋକଙ୍କ ପକ୍ଷରୁ ମାମୁନିକୁ ନିର୍ଯାତନା ଦିଆଯାଉଥିଲା। ଗୁରୁବାର ଦିନ ପୂର୍ବ ଯୋଜନା ମୁତାବକ ମାମୁନିକୁ ତଣ୍ଟି ଚିପି ମାରି ଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ କୂଅରେ ଝୁଲାଇ ଦେଇଛନ୍ତି ବୋଲି ଅଭିଯୋଗ କରାଯାଇଛି।
ଗତକାଲି ପୁଲିସ ପକ୍ଷରୁ ଏହାକୁ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଆଜି ଏହାକୁ ହତ୍ୟା ମାମଲା କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.