ବିନା ହାତ ଗୋଡରେ ଜନ୍ମ ନେଇଥିଲେ; ଆଜି କମ୍ପ୍ୟୁଟର ଅପରେଟର
ଛତିଶଗଡ: ଭଗବାନଙ୍କ ଏହି ନିଆରା ସୃଷ୍ଟି ସଂରଚନାରେ ଭଗବାନ କାହାକୁ କେମିତି ଗଢିଚନ୍ତି ତାହା କହିବା ମୁସ୍କିଲ। କାହାକୁ ସୁନ୍ଦର ଭାବରେ ଗଢିଥିବା ବେଳେ କାହାକୁ ଅଧାଗଢା କରିଦେଇ ଥାନ୍ତି। କିନ୍ତୁ ଭଗବାନଙ୍କ ଏହି ଅଧାଗଢା ଶରୀରକୁ ମଧ୍ୟ ନେଇ କଠିନ ପରିଶ୍ରମ ଏବଂ ମନୋବଳ ଦୃଢ କରି ବର୍ତ୍ତମାନରେ ସମାଜରେ ବଞ୍ଚିବାର ପ୍ରୟାସ କରନ୍ତି ଦିବ୍ୟାଙ୍ଗ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଡୋଶୀ ଛତିଶଗଡର ବଳରାମପୁର ଜିଲ୍ଲାରେ । ଯେଉଁ ଘଟଣା ସମସ୍ତଙ୍କ ପାଇଁ ପ୍ରେରଣା ଦାୟକ ଏବଂ ଜୀବନର ଚଲାପଥରେ ଆଗକୁ ବଢିବାରରେ ସହାୟତାର ଏକ ଜଳ୍ବନ୍ତ ଉଦାହରଣ ସଦୃଶ। କାରଣ ଏଠାରେ ଆମେ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ କହିବେ ସତରେ କଠିନ ପରିଶ୍ରମ ଏବଂ ମନୋବଳ କେବେ ବୃଥା ଯାଏ ନାହିଁ।
ବଳରାମପୁର ଜିଲ୍ଲାର ଆଶିଷ ନାମକ ଯୁବକ ଯାହାଙ୍କର ଜନ୍ମହୁଏ ବିନା ହାତ ଆଉ ଗୋଡରେ। ପରିବାର ଦୁଃଖରେ ଭାଙ୍ଗିପଡେ କାରଣ ପୁଅଟିଏ ଜନ୍ମନେଲେ ବାପା ମାଆ ଭାବନ୍ତି ତାଙ୍କର ଦୁଃଖ ଗଲା। ପୁଅତାଙ୍କର ବଡ ହୋଇ ସେମାନଙ୍କର ଦେଖାଣୁଶା କରିବ। ସେମାନଙ୍କୁ ତାର ରୋଜଗାରରେ ପାଳିବ। କିନ୍ତୁ ଆଶିଷଙ୍କର ଅବସ୍ଥା ଦେଖି ବାପା ମାଆ ଆଖିରେ ଲୁହ ଗଡାଇ ନିଜ ଭାଗ୍ୟକୁ ଦୋଷଦେଉଥିଲେ।
କିନ୍ତୁ ଆଶିଷ ବାପା ମାଆଙ୍କର ସମସ୍ତ ସ୍ବପ୍ନକୁ ସାକାର କରିବାପାଇଁ ଆଗେଇ ଚାଲିଥିଲେ। ଶରୀର ସିନା ଅଧାଗଢା ଥିଲା କିନ୍ତୁ ତାଙ୍କ ମନୋବଳ କୌଣସି ଗୁଣରେ କମ୍ ନଥିଲା। କଠିନ ପରିଶ୍ରମ ଏବଂ ତାଙ୍କ ମନୋବଳ ପାଇଁ ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ ନିଜ ପରିବାରର ଭରଣ ପୋଷଣ କରିବା ସହ ବାପା ମାଆଙ୍କର ସ୍ବପ୍ନ କିଛି ମାତ୍ରାରେ ପୂରଣ କରିବାରେ ସକ୍ଷମ ହୋଇଛନ୍ତି।
ଆଶିଷ ବଳରାମପୁର ଜିଲା ଶଙ୍କରଗଡ ଜନପଦ ପଞ୍ଚାୟତରେ କମ୍ପ୍ୟୁଟର ଅପରେଟର ଭାବେ କାର୍ୟ୍ୟ କରୁଛନ୍ତି। ବିନା ହାତ ଗୋଡରେ ଜନ୍ମ ହୋଇଥିବା ଆଶିଷ ନିଜର କଠିନ ପରିଶ୍ରମ ଏବଂ ମନୋବଳ ପାଇଁ ଦଶମ ପରିକ୍ଷାରେ ପାସ୍ କରିବା ପରେ ବର୍ତ୍ତମାନ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନରତ ରହିଛନ୍ତି। ଆଶିଷ କମ୍ପ୍ୟୁଟର ଅପରେଟର ଭାବେ କାର୍ୟ୍ୟକରି ନିଜ ପରିବାର ପ୍ରତିପୋଷଣ କରିବା ସହ ନିଜକୁ କାହାଠୁ କମ୍ ବୋଲି ଭାବିନାହାନ୍ତି। ଆଶିଷଙ୍କର କଠିନ ପରିଶ୍ରମ ଏବଂ ମନୋବଳକୁ ମଧ୍ୟ ଜିଲା ପ୍ରଶାସନର ଅଧିକାରୀ ମାନେ ପ୍ରଶଂସା କରିଛନ୍ତି।
Chhattisgarh: Ashish, a specially-abled man working at Shankargarh Panchayat office in Balrampur as a computer operator is the sole breadwinner for his family. He says, "I don't have arms & legs since birth but I do a job along with pursuing my higher studies." pic.twitter.com/FTLFENyKQr
— ANI (@ANI) December 1, 2019
ଆଶିଷ ନିଜ ହାତଗୋଡ ନଥିବା ସତ୍ବେ ବହୁତ ଭଲ ଭାବେ କମ୍ପ୍ୟୁଟର ଚଳାଇ ପାରୁଛନ୍ତି। କେବଳ କମ୍ପ୍ୟୁଟର ନୁହେଁ ଆଶିଷ ମଧ୍ୟ ମୋବାଇଲ ଏବଂ ସ୍କୁଟି ଚଳାଇ ପାରୁଛନ୍ତି। ଆଶିଷ ପ୍ରତିଦିନ ୧୮ କିଲୋମିଟର ସ୍କୁଟି ଚଲାଇ ଶଙ୍କରଗଡରେ ଥିବା ପଞ୍ଚାୟତରେ କାର୍ୟ୍ୟକରିବାକୁ ଯାଉଛନ୍ତି। ଆଶିଷଙ୍କ କହିବା କଥା ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ତାଙ୍କୁ କାମ କରିବାକୁ ପଡୁଛି। ତାଙ୍କ ରୋଜଗାରରେ ହିଁ ତାଙ୍କ ଘର ଚଳୁଛି।
ଆଶିଷଙ୍କ ପିତାଙ୍କ କହିବାକଥା ଆଶିଷ ଚାଲିବୁଲି ପାରୁନଥିବାରୁ ତାଙ୍କୁ ଉଠାଇବା ଏବଂ ଗାଡିରେ ବସାଇବା ସବୁ କାର୍ୟ୍ୟ ତାଙ୍କ ପିତା କରିନ୍ତି। ଏହି କାରଣରୁ ତାଙ୍କୁ ଆଶିଷଙ୍କ ସହ ସବୁବେଳେ ରହିବାକୁ ପଡେ।
ଆଶିଷଙ୍କ ସହ କାର୍ୟ୍ୟ କରୁଥିବା ତାଙ୍କର ସହଯୋଗୀ ମାନେ ମଧ୍ୟ ତାଙ୍କ କାମକୁ ଏବଂ ତାଙ୍କ ମନୋବଳକୁ ପ୍ରଶଂସା କରିଛନ୍ତି। ସେମାନଙ୍କ କହିବା କଥା ଆଶିଷଙ୍କ ଠାରୁ ସମାଜ ପ୍ରେରଣା ନେବା ଉଚିତ।
Comments are closed.