www.samajalive.in
Sunday, December 7, 2025
23.1 C
Bhubaneswar

ଆଉ ଅଳ୍ପ ସମୟ ପରେ ଉଦ୍ଧାର ହେବ ରାହୁଲ

ଛତିଶଗଡ଼: ବୋଲୱେଲରେ ନାବାଳକ ରାହୁଲ ଖସିପଡ଼ିବା ଘଟଣା । ରାହୁଲକୁ ଉଦ୍ଧାର କରିବାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏନଡିଆରଏଫ୍‌ ଟିମ୍‌ ପକ୍ଷରୁ ଉଦ୍ଧାର କରିବାକୁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଥିବା ବେଳେ ଆଉ ଅଳ୍ପ ସମୟ ପରେ ରାହୁଲକୁ ଉଦ୍ଧାର କରାଯାଇପାରେ ବୋଲି ଅନୁମାନ କରାଯାଉଛି । ଆଜିକୁ ଉଦ୍ଧାର କାର୍ଯ୍ୟ ୫ ଦିନରେ ପହଞ୍ଚିଛି । କଠିନ ପଥରର ଆସ୍ତରଣ ଥିବାରୁ ସୁଡ଼ଙ୍ଗ କରି ପିଲାଟିକୁ ବାହାରକୁ ଆଣିବାକୁ କଷ୍ଟ ହେଉଛି ।

ଏନେଇ ସ୍ଥାନୀୟ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାତିରୁ ରାହୁଲ କିଛି ଖାଇବା ଖାଇନାହିଁ । ଯାହା ଏନଡିଆରଏଫ୍‌ ପକ୍ଷରୁ ରାହୁଲକୁ କୁହାଯାଉଛି ରାହୁଲ ସେ ସବୁକୁ ଜାଣି ପାରୁଛି । ଆଖିପତା ହଲାଉଛି ବୋଲି କହିଛନ୍ତି ସ୍ଥାନୀୟ ଜିଲ୍ଲାପାଳ ।

- Advertisement -

ଅନ୍ୟପଟେ ଘଟଣାକୁ ନେଇ ରାହୁଲଙ୍କ ବାପା ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋ ପୁଅ ଫେରିବ ବୋଲି ମୋର ଆଶା ରହିଛି । ରାହୁଲକୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଉଦ୍ଧାର ପାଇଁ ଯାହା କରିବା ଦରକାର ରହିଛି ତାହା କରୁଛି ପ୍ରଶାସନ । କେବଳ ପୁଅକୁ ପାଇବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ରାହୁଲଙ୍କ ବାପା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories