www.samajalive.in
Sunday, December 7, 2025
26.1 C
Bhubaneswar

ୟୁନିଭରସିଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ପୋଷ୍ୟ କଲେ ଛତ୍ରପୁର ବିଇଓ 

ପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ଥିବା ୟୁନିଭରସିଟି ଉଚ୍ଚ ମାଧ୍ୟମିକ ସ୍କୁଲକୁ ଏହି ସ୍କୁଲର ପୁରାତନ ଛାତ୍ର ତଥା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ  ଅବିନାଶ ଶତପଥି ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି। ଶ୍ରୀ ଶତପଥୀ ଏହି ସ୍କୁଲରେ ୨୦୦୧ ରୁ ୨୦୦୪ ମଧ୍ୟରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ସହ  ସହ ତାଙ୍କ ଭାଇ ଓ ଭଉଣୀ ମଧ୍ୟ ଏହି ସ୍କୁଲରେ ପାଠ ପଢି ଥିଲେ। ଏହା ସହ ୨୦୧୧ ରୁ ୨୦୧୨ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ରେ +୨ ବିଜ୍ଞାନ ବିଭାଗର ରସାୟନିକ ବିଭାଗ ଅଧ୍ୟାପକ ଭାବେ ଶିକ୍ଷକତା ମଧ୍ୟ କରିଥିଲେ। ଏହାପରେ ସେ ନିଜର ଚାକିରି ଶିକ୍ଷକତା ଭାବେ କରି ବର୍ତ୍ତମାନ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ରହିଛନ୍ତି।

ମୋ ସ୍କୁଲ୍ ଅଭିଯାନ କାର୍ଯକ୍ରମ ରେ ମଧ୍ୟ ସେ ବିଦ୍ୟାଳୟ କୁ ଆର୍ଥିକ ଅନୁଦାନ ଦେବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ନିଜକୁ ସାମିଲ ରଖିଛନ୍ତି। ଏହି ବିଦ୍ୟାଳୟକୁ  ପୋଷ୍ୟ ଭାବେ ଗ୍ରହଣ କରିଥିବାରୁ ଆଗମୀ ଦିନରେ ସ୍କୁଲର ଉନ୍ନତି, ଶିକ୍ଷା କ୍ଷେତ୍ରରେ ଧ୍ୟାନ ଦେବା ସହ କାଉନସିଲିଙ୍ଗ, ପୁରାତନ ଛାତ୍ର ଛାତ୍ରୀଙ୍କ ଦ୍ଵାରା କିଭଳି ଏହି ସ୍କୁଲର ଉନ୍ନତି ଦିଗରେ ଚେଷ୍ଟା କରିବା ନିମନ୍ତେ ସେମାନଙ୍କୁ ଏଥି ନିମନ୍ତେ ପ୍ରବର୍ତାଇବେ ବୋଲି କହିଛନ୍ତି। ସ୍କୁଲକୁ ପୋଷ୍ୟ ଭାବେ ସୁଯୋଗ ପାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍କୁଲର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ, ଅଭିଭାବକ ଓ ପୁରାତନ ଛାତ୍ର ଛାତ୍ରୀ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଏହି ସ୍କୁଲର ଉନ୍ନତି ହୋଇପାରିବ ବୋଲି ଆଶା କରାଯାଉଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories