www.samajalive.in
Monday, December 8, 2025
14.1 C
Bhubaneswar

ଫ୍ଲିପ୍କାର୍ଟ ହବ୍ ସେଣ୍ଟରରେ କର୍ମଚାରୀଙ୍କ ଆନ୍ଦୋଳନ

ଚୌଦ୍ୱାର : ଚୌଦ୍ୱାର ଥାନା ଅଧିନ ଇନ୍ଦ୍ରାଣିପାଟଣା ପଞ୍ଚାୟତରେ ଥିବା ଠାରେ ଥିବା ଫ୍ଲିପ୍କାର୍ଟ କମ୍ପାନୀର ହବସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ଶନିବାର ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସକାଳ ପ୍ରାୟ ୯ଟା ସମୟରୁ ସେଣ୍ଟରରେ ପ୍ୟକେଜିଙ୍ଗ ବିଭାଗରେ କାମକରୁଥିବା ୨୦୦ରୁ ଉର୍ଦ୍ଧ କର୍ମଚାରୀ କାର୍ଯ୍ୟସ୍ଥଳୀକୁ ନଯାଇ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସେମାନଙ୍କ ଦାବି ଅନୁଯାୟୀ କମ୍ପାନୀ ମନୋମୁଖୀ ଶାସନ କରୁଥିବା,ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ପ୍ରଦାନ କରୁନଥିବା,ବିନା ନୋଟିସ ତଥା ବିନା କାରଣ ଦର୍ଶାଇ ଛଟେଇ କରିବା ସହିତ ନିଯୁକ୍ତି ସମୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଖାଦ୍ୟ ଦିଆଯାଉନଥିବା, ଚୁକ୍ତି ଅନୁଯାୟୀ କାର୍ଯ୍ୟରେ ନିୟୋଜିତ କରୁନଥିବା ଆଦି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ।

ଦୀର୍ଘ ସମୟ ଫାଟକ ସମ୍ମୁଖରେ ବସିବା ପରେ ଚୌଦ୍ୱାର ପୋଲିସ,ସରପଞ୍ଚ ବିନୟ କୁମାର ମଲ୍ଲିକ, ଯୁବ ନେତା ତୀର୍ଥାନନ୍ଦ ସୁବୁଦ୍ଧିରାୟ,ମନୋରଞ୍ଜନ ସ୍ୱାଇଁ,ସ୍ଥାନୀୟ ସମିତି ସଭ୍ୟ ଦାମୋଦର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀ ମାନଙ୍କୁ ବୁଝାସୁଝା କରିଥିଲେହେଁ କର୍ମଚାରୀ ମାନେ ଏହାର ତୁରନ୍ତ ସମାଧାନ ପାଇଁ ଅଡି ବସିଥିଲେ। ପରେ ଅପରାହ୍ନରେ କମ୍ପାନୀର ମାନବ ସମ୍ବଳ ଅଧିକାରୀ ଓ ପୁଲିସ ଉପସ୍ଥିତିରେ ଆସନ୍ତା ସୋମବାର ଦାବି ଗୁଡିକ ଉପରେ ଆଲୋଚନା କରାଯିବା ପାଇଁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ କାରୀ ଆନ୍ଦୋଳନରୁ ନିବୃତ ହୋଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories