ରୁଟି ଚାର୍ଟ
ଆବଶ୍ୟକ ସାମଗ୍ରୀ
ବାସି ରୁଟି – ୪ରୁ ୫ଟି
ସିଝା ଆଳୁ – ୧ଟି
ତେଲ – ଆବଶ୍ୟକ ଅନୁଯାୟୀ
କଟା ଟମାଟୋ – ୨ଟି
ସିଝା ଗଜା ୧ବୁଟ – ୧କପ
କଟା ପିଆଜ – ୨ଟି
ଦହି – ଅଳ୍ପ
କଟା କଞ୍ଚା ଲଙ୍କା – ୨ଟି
ଧନିଆ ପତ୍ର – ଅଳ୍ପ
ତେନ୍ତୁଳି – ଅଳ୍ପ
ଲୁଣ – ଆବଶ୍ୟକ ଅନୁଯାୟୀ
ଜିରା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଡ଼ାଲିମ୍ବ – ଫାଳେ
କଳା ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ରୁଟିକୁ ଗୋଲ କରି କାଟି ଏକ ପାତ୍ରରେ ରଖନ୍ତୁ। ଧନିଆ ପତ୍ର ଓ ତେନ୍ତୁଳିର ମଞ୍ଜି କାଢି ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ) କରି ଏକ ଚଟଣି ପ୍ରସ୍ତୁତ କରି ରଖନ୍ତୁ। ଏହା ପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପାତ୍ରରେ ରଖିଥିବା ରୁଟିକୁ ତେଲରେ ଛାଣି ଦିଅନ୍ତୁ ଓ ଏକ ପାତ୍ରରେ ରଖନ୍ତୁ। ଏବେ ଏକ ପାତ୍ରରେ ସିଝା ବୁଟ, ସିଝା ଆଳୁ, କଟା ପିଆଜ, କଟା ଟମାଟୋ ପକାନ୍ତୁ।
ଏଥିରେ ଛଣା ହୋଇ ରହିଥିବା ରୁଟିକୁ ଛୋଟ ଛୋଟ ଖଣ୍ଡ କରି ପକାନ୍ତୁ ଓ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ଏକ ପ୍ଲେଟକୁ କାଢନ୍ତୁ। ପ୍ଲେଟକୁ କାଢିବା ପରେ କଟା ପିଆଜ, ଲୁଣ ,ଟମାଟୋ, ଦହି, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, କଟା ଧନିଆ ପତ୍ର ସାମାନ୍ୟ କଳା ଲୁଣ ପକାଇ ଖାଆନ୍ତୁ ଓ ମଜା ନିଅନ୍ତୁ।