www.samajalive.in
Saturday, December 6, 2025
14.1 C
Bhubaneswar

ରାଜ କଚୋରୀ ଚାର୍ଟ

ଆବଶ୍ୟକ ସାମଗ୍ରୀ
ଅଟା – ୪୦୦ ଗ୍ରାମ
ସୁଜି – ୧ କପ
ବେକିଙ୍ଗ ସୋଡ଼ା – ଅଳ୍ପ
ସିଝା ଆଳୁ – ୩ ଟି
ସିଝା ମୁଗ – ଅଳ୍ପ
ତେଲ – ଆବଶ୍ୟକ ଅନୁଯାୟୀ
ତେନ୍ତୁଳି ରସ – ଅଳ୍ପ
ସରୁ ଛଣା ସେଉ – ଅଳ୍ପ
କଳା ଲୁଣ – ଅଳ୍ପ
ଲୁଣ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଦହି – ଅଳ୍ପ
ଡ଼ାଲିମ୍ବ ମଞ୍ଜି – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ଧନିଆ ପତ୍ର ଚଟଣି – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କୁକରରେ ଆଳୁକୁ ସିଝାଇ ଦିଅନ୍ତୁ। ସିଝିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦେଇ ଏକ ପାତ୍ରରେ ରଖନ୍ତୁ। ମୁଗକୁ ୧୦ ର ୧୫ ମିନିଟ ଭିଜାଇ ଏହାକୁ ମଧ୍ୟ ସିଝାଇ ଏକ ପାତ୍ରକୁ କାଢି ରଖନ୍ତୁ। ଏହା ପରେ ଏକ ପାତ୍ରରେ ଅଟା , ସୁଜି , ବେକିଙ୍ଗ ପାଉଡ଼ର ପକାଇ ପାଣି ମିଶାଇ ଏହାକୁ ଚକଟି ରଖନ୍ତୁ। ଚକଟିବା ପରେ ଏହାକୁ ଛୋଟ ଛୋଟ ଗୁଳା କରି ଏକ ପାତ୍ରରେ ରଖନ୍ତୁ। ଧନିଆ ପତ୍ରରେ କିଛି କଞ୍ଚା ଲଙ୍କା ମିଶାଇ ଏହାକୁ ପେଶି (ଗ୍ରାଇଣ୍ଡିଙ୍ଗ ) କରି ଏକ ପାତ୍ରରେ ରଖନ୍ତୁ। ଏବେ ଗୁଳାକୁ ଛୋଟ ଛୋଟ ପୁରୀ ଆକୃତିର ବେଲନ୍ତୁ। ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏହି ପୁରୀକୁ ଛାଣି ଏକ ପାତ୍ରରେ ରଖନ୍ତୁ। ଛାଣିବା ପରେ ଏହାକୁ ୧ ଘଣ୍ଟା ରଖି ଦିଅନ୍ତୁ। ଏବେ ଏକ ପାତ୍ର ଆଣି ସେଥିରେ ଏହି ଛଣା ପୁରୀକୁ ରଖି ଏହାର ମଝି ଅଂଶକୁ କଣା କରି ଦିଅନ୍ତୁ। ଏବେ ଏହା ଭିତରେ କଟା ହୋଇଥିବା ସିଝା ଆଳୁ, ସିଝା ମୁଗ, ଦହି ଅଳ୍ପ , ଲୁଣ , ତେନ୍ତୁଳି ରସ , ସରୁ ସେଉ, କଳା ଲୁଣ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ପତ୍ର ଚଟଣି, ଡ଼ାଲିମ୍ବ ମଞ୍ଜି ପକାଇ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories