www.samajalive.in
Saturday, December 6, 2025
14.1 C
Bhubaneswar

ୟୁଏସଆଇଏସପିଏଫ ଫୋରମ୍‍ରେ ଯୋଗଦେଲେ ଏସ୍‍. ଜୟଶଙ୍କର

ୱାଶିଂଟନ : ପୂର୍ବତନ ବିଦେଶ ସଚିବ ଏସ୍‍. ଜୟଶଙ୍କର ଆମେରିକା-ଭାରତ ନୀତିଗତ ଭାଗିଦାରୀ ଫୋରମ୍‍ (ୟୁଏସଆଇଏସପିଏଫ) ଫୋରମ୍‍ରେ ଯୋଗ ଦେଇଛନ୍ତି।  ସୋମବାର ଫୋରମ୍‍ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତି ରେ କୁହାଯାଇଛି, ଶ୍ରୀ ଜୟଶଙ୍କର ବିଶାଳ ଅଭିଜ୍ଞତାର ପୁଞ୍ଜି ୟୁଏସଆଇଏସପିଏଫ ଫୋରମ୍‍ ପାଇଁ ବିଶେଷ ଭାବେ ସହାୟକ ହେବେ। ଶ୍ରୀ ଜୟଶଙ୍କର ଏବେ ଟାଟା ଗ୍ରୁପ୍‍ର ବିଶ୍ୱ ଶିଳ୍ପ ବ୍ୟାପାର ଅଧ୍ୟକ୍ଷ ଅଛନ୍ତି।

ଜାନୁୟାରୀ ୨୦୧୫-୧୮ ତିନି ବର୍ଷ ପର୍ଯ୍ୟନ୍ତ ଭାରତର ବିଦେଶ ସଚିବ ଭାବେ ଦାୟିତ୍ୱରେ ରହିବା ପୂର୍ବରୁ ଶ୍ରୀ ଜୟଶଙ୍କର ସିଙ୍ଗାପୁରରେ ଉଚ୍ଚାୟୁକ୍ତ, ଚୀନରେ ରାଷ୍ଟ୍ରଦୂତ ଏବଂ ଆମେରିକାରେ ରାଷ୍ଟ୍ରଦୂତ ଭଳି ଭାରତୀୟ ବିଦେଶ ସେବା ବିଭାଗର ବହୁ ପ୍ରମୁଖ ପଦବୀରେ ଅବସ୍ଥାପିତ ଥିଲେ। ଭାରତ-ଆମେରିକା ଆଣବିକ ଚୁକ୍ତିକୁ ସଫଳତାର ସ୍ୱରୂପ ଦେବାରେ ଉଲ୍ଲେଖନୀୟ ଭୂମିକା ପାଇଁ ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ଏକ ନୀତିଗତ ସଂପର୍କ ସ୍ଥାପନ ତଥା ବ୍ୟବସାୟ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରମୁଖ ସମସ୍ୟାର ସମାଧାନର ପନ୍ଥା ନିର୍ଦ୍ଧାରଣ ଲକ୍ଷ୍ୟରେ ୟୁଏସଆଇଏସପିଏଫ ଫୋରମ୍‍ ପ୍ରତିଷ୍ଠା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories