Patra electronics

ମୋବାଇଲ୍ ଚାର୍ଜ କରିବା ସମୟରେ ସାବଧାନତା

0

ଜାପାନର ଏକ ନାମୀ ମୋବାଇଲ୍ କମ୍ପାନୀର ବିଶେଷଜ୍ଞ ଦଳ ପ୍ରତ୍ୟେକ ବର୍ଗର ଲୋକଙ୍କୁ କେତୋଟି ସଚେତନତା ଟିପ୍ସ ଦେଇଛନ୍ତି। ବିଶେଷ କରି ଲୋକେ ମୋବାଇଲ୍ ଚାର୍ଜ କରୁଥିବା ସମୟରେ ଅଧିକ ସଚେତନ ହେବା ଜରୁରୀ।
-ମୋବାଇଲ୍‌କୁ ୧୦୦ପ୍ରତିଶତ ଚାର୍ଜ କରିବା ଦ୍ବାରା ହିଁ ତାହା ଶୀଘ୍ର ଖରାପ ହୋଇଥାଏ ବୋଲି ବିଶେଷଜ୍ଞ ମୁଖ୍ୟ ପ୍ରକାଶ କରିଥିଲେ। ୮୦-୮୫% ମୋବାଇଲ୍ ଚାର୍ଜ ହେବା ପରେ ତାହାକୁ ବନ୍ଦ କରିଦିଅନ୍ତୁ।
-ରାତି ସାରା ମୋବାଇଲ୍‌କୁ ଚାର୍ଜରେ ବସାଇ ରଖିଲେ ତାହା ଶୀଘ୍ର ଅକାମୀ ହେଉଥିବାର ଦେଖାଯାଇଛି। ଏପରି କଲେ ମୋବାଇଲ୍‌ର ବ୍ୟାଟେରି ଖରାପ ହୋଇଥାଏ।
-ମୋବାଇଲ୍‌ର ପ୍ରକୃତ ଚାର୍ଜରରେ ହିଁ ଚାର୍ଜ କରନ୍ତୁ। ସଂଖ୍ୟାଧିକ ଲୋକେ ଏସବୁ ପ୍ରତି ଆଦୌ ଦୃଷ୍ଟି ଦେଇନଥାନ୍ତି। ଏସବୁ କାରଣରୁ ମଧ୍ୟ ମୋବାଇଲ୍ ଶୀଘ୍ର ଖରାପ ହେଉଥିବାର ମତ।
-ମୋବାଇଲ୍‌ର ବ୍ୟାଟେରି ୨୦%ରୁ କମ୍ ହେବା ପୂର୍ବରୁ ତାହାକୁ ଚାର୍ଜିଂରେ ବସାଇ ଦିଅନ୍ତୁ।
-ଫ୍ରିଜ୍ ପାଖରେ, ରୋଷେ‌ଇ ଘର ନିକଟରେ କିମ୍ବା ଅନ୍ୟ କୌଣସି ଯନ୍ତ୍ର ପାଖରେ ମୋବାଇଲ୍ ରଖି ଚାର୍ଜ କରିବା ଅନୁଚିତ। ଏହା ମଧ୍ୟ ମୋବାଇଲ୍‌ର ବ୍ୟାଟେରିକୁ ଶୀଘ୍ର ଗରମ କରିଥାଏ।

Leave A Reply