mission shakti banner

ଅକ୍ଟୋବର ପ୍ରଥମ ସପ୍ତାହରେ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୨

BSKY banner  750×100
0

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୨୩ ତାରିଖରେ ଉତ୍‌କ୍ଷେପଣ କରାଯିବାକୁ ସ୍ଥିର ହୋଇଥିବା ଚନ୍ଦ୍ରଯାନ-୨ ଅକ୍ଟୋବର ପ୍ରଥମ ସପ୍ତାହରେ ମହାକାଶକୁ ଉତ୍‌କ୍ଷେପଣ ହେବ। ଏ ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ଅଧ୍ୟକ୍ଷ ଡ. କେ.ଶିବନ କହିଛନ୍ତି। ଆମ ପ୍ରସ୍ତୁତିକୁ ପୂର୍ବତନ ଇସ୍ରୋ ଅଧ୍ୟକ୍ଷ, ମହାକାଶ ବିଶେଷଜ୍ଞ ଓ ଆଇଆଇଟି ପ୍ରଫେସର ଉଚ୍ଚ ପ୍ରଶଂସା କରିଛନ୍ତି। କିନ୍ତୁ ପ୍ରଥମଥର ପାଇଁ ଇସ୍ରୋ ଏକ ଅର୍ବିଟର, ରୋଭର ଓ ଲ୍ୟାଣ୍ଡର ଉପରେ ଗବେଷଣା କରୁଥିବାରୁ ଅଭିଯାନରେ ଥିବା ଜଟିଳତା ପ୍ରତି ଧ୍ୟାନ ଦେଇ ପ୍ୟାନେଲ ଅଭିଯାନକୁ ବାତିଲ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଅଭିଯାନ ଆରମ୍ଭ କରାଯିବ। ପୂର୍ବରୁ ଉତ୍‌କ୍ଷେପଣ ତାରିଖ ୨୩ ଏପ୍ରିଲ ସ୍ଥିର କରାଯାଇଥିଲା କିନ୍ତୁ ମିଶନରେ ଚାଲୁ ରହିଥିବା ପରୀକ୍ଷଣ ଚୂଡାନ୍ତ ଲାଗି ୨୦ ଦିନ ଅଧିକ ସମୟ ଲାଗିବ। ଫଳରେ ପ୍ୟାନେଲ ଚନ୍ଦ୍ରଯାନ-୨ ଉତ୍‌କ୍ଷେପଣ ତାରିଖ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା। ଡ.ଶିବନଙ୍କ କହିବାନୁସାରେ, ଯଦି ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିଯାନ ଆରମ୍ଭ ହୁଏ ଚନ୍ଦ୍ରଗ୍ରହଣ ଯୋଗୁ ପୂର୍ଣ୍ଣ ଶୁକ୍ଲପକ୍ଷ ମିଳୁ ନ ଥିବାରୁ ଚନ୍ଦ୍ର ଉପରେ ପରୀକ୍ଷା ନିରୀକ୍ଷା କରିବା ସମ୍ଭବ ହେବ ନାହିଁ। ତେଣୁ ଚନ୍ଦ୍ର ଅଭିଯାନ ଅକ୍ଟୋବର ପ୍ରଥମ ସପ୍ତାହରେ ଆରମ୍ଭ କରାଯିବ।

Leave A Reply