www.samajalive.in
Tuesday, December 9, 2025
26.1 C
Bhubaneswar

୨୦୨୭ରେ ‘ଚନ୍ଦ୍ରଯାନ-୪’, ପୃଥିବୀକୁ ଆସିବ ଚନ୍ଦ୍ରପୃଷ୍ଠର ନମୁନା

ନୂଆଦିଲ୍ଲୀ: ‘ଚନ୍ଦ୍ରଯାନ-୪’କୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତି ଚଳାଇଛି ଭାରତ। ୨୦୨୭ରେ ଲଞ୍ଚ୍‌ ହେବ ‘ଚନ୍ଦ୍ରଯାନ ଅଭିଯାନ ୪’। ଏନେଇ ସୂଚନା ଦେଇଛନ୍ତି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଏହି ମିଶନ ମାଧ୍ୟମରେ ଚନ୍ଦ୍ରରପୃଷ୍ଠର ଚଟାଣର ନମୁନା ପୃଥିବୀକୁ ଅଣାଯିବ। ସେ କହିଛନ୍ତି, ‘ଚନ୍ଦ୍ରଯାନ ୪’ରେ ଉଚ୍ଚ କ୍ଷମତା ସମ୍ପନ୍ନ ଏଲଭିଏମ ୩ ରକେଟ୍‌ ଦୁଇଟି ପୃଥକ ଉତକ୍ଷେପଣ ପରେ ପାଞ୍ଚଟି ଭିନ୍ନ ଭିନ୍ନ ଉପାଦାନ ବହନ କରି କକ୍ଷପଥକୁ ଯିବ। ଏଗୁଡ଼ିକୁ ପୃଥିବୀର କକ୍ଷପଥରେ ଏକାଠି କରାଯିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଚନ୍ଦ୍ରଯାନ ୪’ ମିଶନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବା। ଗଗନଯାନ ମିଶନକୁ ଆସନ୍ତା ବର୍ଷ ଲଞ୍ଚ୍ କରାଯିବ। ଏଥିରେ ଭାରତୀୟ ମହାକାଶଚାରୀମାନଙ୍କୁ ଏକ ସ୍ୱତନ୍ତ୍ର ଯାନରେ ମହାକାଶର ପୃଥିବୀର ନିମ୍ନ କକ୍ଷପଥକୁ ପଠାଯିବ ଏବଂ ସେମାନଙ୍କୁ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories