www.samajalive.in
Tuesday, December 9, 2025
15.1 C
Bhubaneswar

୧୮ ସେପ୍ଟେମ୍ବରରେ ଚନ୍ଦ୍ର ଗ୍ରହଣ; ଜାଣନ୍ତୁ ରାଶି ଉପରେ ପ୍ରଭାବ, ଭାରତରେ ଦୃଶ୍ୟମାନ କି ନୁହେଁ..

ବର୍ଷ ୨୦୨୪ର ୨ୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଅଳ୍ପ କିଛି ଦିନ ବାକି ରହିଛି । ଏହି ଚନ୍ଦ୍ର ଗ୍ରହଣ ସେପ୍ଟେମ୍ବର ମାସରେ ଲାଗିବ । ଏହା ଆଂଶିକ ଚନ୍ଦ୍ର ଗ୍ରହଣ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ହୋଲିରେ ଚନ୍ଦ୍ର ଗ୍ରହଣ ହୋଇଥିଲା । ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଏହି ଚନ୍ଦ୍ର ଗ୍ରହଣ ବର୍ଷର ୨ୟ ଓ ଶେଷ ଚନ୍ଦ୍ର ଗ୍ରହଣ ।

୧୮ ସେପ୍ଟେମ୍ବର,୨୦୨୪ରେ ହେବାକୁ ଯାଉଛି । ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ୧୮ ସେପ୍ଟେମ୍ବରରେ ଯାହା ଭାରତୀୟ ସମୟାନୁସାରେ ସକାଳ ୬ଟା ୧୧ରୁ ଆରମ୍ଭ ହୋଇ ୧୦ଟା ୧୭ରେ ଶେଷ ହେବ । ଏହା ଆଂଶିକ ଚନ୍ଦ୍ର ଗ୍ରହଣ ।
ଭାରତୀୟ ସମାୟାନୁସାରେ ଚନ୍ଦ୍ର ଗ୍ରହଣ ଦିନ ସମୟରେ ହେଉଥିବାରୁ ଏହା ଭାରତରେ ଦେଖାଯିବ ନାହିଁ ।

ସେପ୍ଟେମ୍ବର ୪ରେ ବୁଧଙ୍କ ଚଳନ; ଜାଣନ୍ତୁ କିଏ ସୌଭାଗ୍ୟଶାଳୀ ରାଶି, ଏମାନଙ୍କ ଉପରେ ହେବ ଧନବର୍ଷା..

- Advertisement -

ରାଶି ଉପରେ କ’ଣ ପ୍ରଭାବ..
ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ସମ୍ପର୍କ ଉପରେ ପ୍ରଭାବ ପଡିପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ଏହି ସମୟରେ ଭାବି ଚିନ୍ତି କାମ କରନ୍ତୁ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କର କର୍ମକ୍ଷେତ୍ରରେ ପ୍ରଭାବ ପଡିପାରେ । ଜୀବନରେ କିଛି ସମସ୍ୟା ଦେଖାଦେଇପାରେ ।

ତୁଳା – ଜୀବନରେ ମିଶ୍ରିତ ପ୍ରଭାବ ଦେଖାଦେବ । ସହକର୍ମୀଙ୍କ ସହ ସମସ୍ୟା ହୋଇପାରେ । ସାବଧାନ ରୁହନ୍ତୁ ।

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ହୋଇପାରେ । ପରିବାର ଲୋକଙ୍କ ସହ କଳହ କରନ୍ତୁ ନାହିଁ ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories