ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆନ୍ଦୋଳନକୁ ଓଲ୍ଲାଇଲେ ସ୍ବାସ୍ଥ୍ୟ କର୍ମୀ
ଚାନ୍ଦିପୁଟ : ମହିଳା ସ୍ବାସ୍ଥ୍ୟକର୍ମୀ ଙ୍କ ଅନ୍ତଃକନ୍ଦଳ ଯୋଗୁଁ ମେଡିକାଲରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ପାଲଟିଛି। ଗଜପତି ଜିଲା ମୋହନା ବ୍ଳକର ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ବାଦବିବାଦ ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଛି।
ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀମାନେ ଆଜି ସକାଳୁ ହଠାତ୍ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓଲ୍ଲାଇଥିଲେ। ଫଳରେ ଆପତକାଳୀନ ଚିକିତ୍ସା ହେଉ ଅବା ସାଧାରଣ ରୋଗୀଙ୍କୁ ଚିକିତ୍ସା ସୁବିଧା ପାଇଁ ନାହିଁ ନଥିବା ଆସୁଥିବା ସମ୍ମୁଖୀନ ରୋଗୀ ଓ ରୋଗୀ ସମ୍ପର୍କୀୟ କୁ ହେବାକୁ ପଡ଼ିଛି। ଜରୁରୀକାଳୀନ ପରିସ୍ଥିତିରେ ଲବାରସିଂ ଗ୍ରାମର ଜଣେ ମହିଳା ପ୍ରସୂତି ଯନ୍ତ୍ରଣାରେ ଛଟପଟ ହୋଇ ମେଡିକାଲକୁ ଆସିଥିବା ବେଳେ ଡାକ୍ତର ସାମାନ୍ୟ ଚିକିତ୍ସା କରିବା ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ମେଡିକାଲରେ ନର୍ସମାନେ ଉପସ୍ଥିତ ଥିଲେ ମଧ୍ୟ ରୋଗୀସେବା କରିବାକୁ ଆସନଥିଲେ ।
ମେଡିକାଲରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ ଜ୍ୟୋତ୍ସ୍ନା ରାଣୀ ସେଠୀ ଜଣକ ଅନ୍ୟ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କ ସହ ଜାତିଆଣ ଆକ୍ଷେପ କରି ପରସ୍ପର ମଧ୍ୟରେ ଗଣ୍ଡଗୋଳ ହେଉଥିଲେ ମଧ୍ୟ ମେଡିକାଲ ଅଫିସର ସଵୁଜାଣି କୌଣସି ପଦକ୍ଷେପ ନେଉନଥିବା ଓ ସମ୍ପୃକ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ଜୋତ୍ସ୍ନାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଦାବି ସମୂହକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେବେ ମେଡିକାଲ ଅଧିକାରୀ ଡାକ୍ତର ଏନ. ଜୟ ପ୍ରକାଶ ଉକ୍ତ ବିଷୟକୁ ଗମ୍ଭୀରତାର ସହ ନେବା ସହ ଉପରିସ୍ଥ ଜିଲା ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଭଳି ବିବାଦ ଅନେକ ସମୟରେ ଘଟିଆସୁଥିବା ବେଳେ ବାରମ୍ବାର ଦୂରଦୂରାନ୍ତରୁ ସ୍ବାସ୍ଥ୍ୟ ସେବା ପାଇଁ ଆସୁଥିବା ରୋଗୀ ଓ ରୋଗୀ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ବହୁ ରୋଗୀ ସେବା ପ୍ରଭାବିତ ଦିନ ତମାମ ଲାଗିରହିଛି । ସ୍ଥିତିରେ ସ୍ବାଭାବିକ ଅବସ୍ଥା ଆଣିବା ପାଇଁ ଚେଷ୍ଟା ଚାଲିଛି ବୋଲି ମେଡିକାଲ ଅଫିସର ଏନ୍ ଜୟ ପ୍ରକାଶ ପ୍ରକାଶ କରିଛନ୍ତି। ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯାଉ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
Comments are closed.