କ୍ରିକେଟ ମ୍ୟାଚରେ ବଲ ଟ୍ୟାମ୍ପରିଙ୍ଗ କରିଥିବା ସ୍ୱୀକାର କଲେ ଦିନେଶ ଚାଣ୍ଡିମଲ
ନୂଆଦିଲ୍ଲୀ : ଶ୍ରୀଲଙ୍କା କ୍ରିକେଟ ଦଳର ଅଧିନାୟକ ଦିନେଶ ଚାଣ୍ଡିମାଲ, କୋଚ ଚଣ୍ଡିକା ହର୍ଥୁସିଂହା ଓ ପ୍ରବନ୍ଧକ ଅସଙ୍କା ଗୁରୁସିଂହା ଆର୍ନ୍ତଜାତୀୟ କ୍ରିକେଟ ପରିଷଦ ଦ୍ୱାରା କରାଯାଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ଆଇସିସି ଏହି ଘଟଣାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଚାଣ୍ଡିମାଲ, ହଥୁରସିଂହା ଓ ଆସଙ୍କାଙ୍କ ଉପରେ ଆଇସିସି ନିୟମ ଉଲ୍ଲଙ୍ଘନ କରିବା ସହ ଖେଳର ଭାବନାକୁ ମଧ୍ୟ କୁଠାରଘାତ କରିଥିବା ଅଭିଯୋଗ କରାଯାଇଛି। ଆଇସିସି ଆଚାର ସଂହିତା ଅନୁଚ୍ଛେଦ୫.୨ଅନୁସାରେ, ଏହି ତିନି ଜଣ ଅଭିଯୋଗକୁ ସ୍ୱୀକାର କରିବାପରେ, ମାଇକେଲ ବେଲାଫ କ୍ୟୁସିଙ୍କୁ ଏହାର ଶୁଣାଣି କରିବା ପାଇ ଆଇସିସି ନିଯୁକ୍ତି ଦେଇଛି।
ସୂଚନା ଯୋଗ୍ୟ , ଶ୍ରୀଲଙ୍କା ଓ ୱେଷ୍ଟେଣ୍ଡିଜ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଶ୍ରୀଲଙ୍କାର ଖେଳାଳୀମାନେ ବଲ୍ ଟାମ୍ପରିଙ୍ଗ କରିଥିବା ଅଭିଯୋଗ ହୋଇଥିଲା।