ଲେବଲ କ୍ରସିଂ ପାଇଁ ଭଙ୍ଗାରୁଜା: ଘଟଣାସ୍ଥଳରେ ଉତ୍ତେଜନା ଜାରି, ପୁଲିସ ମୁତୟନ
ଚମ୍ପାପୁର: ବିହାର ସ୍ଥିତ ପାଟନା ଜିଲା ଅନ୍ତର୍ଗତ ଚମ୍ପାପୁର-ଚେଲାକଟା ରେଲୱେ ଷ୍ଟେସନ ନିକଟରେ ଲେବଲ କ୍ରସିଂ ନିର୍ମାଣକୁ ବିରୋଧ କରି ରେଲୱେ ଠିକାସଂସ୍ଥା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚମ୍ପାପୁର-ଚେଲାକଟା ରେଲୱେ ଟ୍ରାକରେ ଲେବଲ କ୍ରସିଂକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି। ଲେବଲ କ୍ରସିଂ ସିଧା ନନେଇ ଖାଲୁଆ ସ୍ଥାନରେ ହେବାରୁ ଉତ୍ତେଜନା ଦେଖାଦେଇଛି। ବାରମ୍ବାର ସମସ୍ୟା ଜଣାଇଲେ ମଧ୍ୟ ସମାଧାନ ନ ହେବାରୁ ଉତ୍ତେଜନା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ମାଡ଼ପିଟ ସହ ୧୦ଟି ଗାଁର ଲୋକ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
Comments are closed.