ନକ୍ସଲନେତାଙ୍କ ଆତ୍ମସମପର୍ଣ

0

ସମ୍ବଲପୁର: ମାଓ ସଙ୍ଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଆଉ ଜଣେ ନକ୍ସଲନେତା । ଶୁକ୍ରବାର ସକାଳେ ଟପ୍ କ୍ୟାଡର ନକ୍ସଲନେତା କୁନୁ ଦେହୁରୀ ସମ୍ବଲପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଏନେଇ ଡିଜିପି ଆର.ପି.ଶର୍ମା ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି । ଆତ୍ମସମର୍ପଣ  କରିଥିବା ପକ୍ଷରୁ କୁନୁ ଦେହୁରୀ ଉପରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାର ପକ୍ଷରୁ ଘୋଷଣା କରାଯାଇଥିଲା । କୁନୁ ସୁନ୍ଦରଗଡ, ଦେବଗଡ, ସମ୍ବଲପୁରରେ ମାଓ ସଂଗଠନକୁ ପ୍ରତିନିଧିତ୍ୱ କରୁଥିଲେ କୁନୁ ଦେହୁରୀ । ତେବେ ବହୁତ କମ୍ ବୟସର ପିଲାଙ୍କୁ ମାଓ ସଂଗଠନରେ ସାମିଲ କରିବାରେ କୁନୁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲା । ଆତ୍ମସମର୍ପଣ ପରେ ପୁଲିସ ପକ୍ଷରୁ ପଚରାଉଚରା ଜାରି ରହିଛି ।

Leave A Reply