www.samajalive.in
Saturday, December 13, 2025
26.1 C
Bhubaneswar

ବଦଳିଲା ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାରର ନାମ, ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ନୂଆ ନାମ ପାଇଲା ଆଣ୍ଡାମାନ ନିକୋବର ରାଜଧାନୀ ପୋର୍ଟବ୍ଲେୟାର। ଶ୍ରୀବିଜୟପୁରମ ଭାବେ ନାମିତ କଲେ କେନ୍ଦ୍ର ସରକାର। ଏଣିକି ପୋର୍ଟବ୍ଲେୟାର ବଦଳରେ ଶ୍ରୀବିଜୟପୁରମ ଭାବେ ପରିଚିତି ଲାଭ କରିବ। ଆଜିଠାରୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ବ୍ଲେୟାର ନାମ ବଦଳିଛି। ଆଜି କେନ୍ଦ୍ର ସରକାରଙ୍କ ପୋର୍ଟବ୍ଲେୟାର ନାମକୁ ଶ୍ରୀବିଜୟପୁରମ ବୋଲି ଘୋଷଣା କରିଛନ୍ତି। ଏଣିକି ପୋର୍ଟବ୍ଲେୟାର ଶ୍ରୀବିଜୟପୁରମ ନାମରେ ପରିଚୟ ହାସଲ କରିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଦେଶକୁ ଔପନିବେଶିକ ଛାପରୁ ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା ଉଦ୍ଦେଶ୍ୟରେ ପୋର୍ଟବ୍ଲେୟାରର ନାମ ପରବିର୍ତ୍ତନ କରାଯାଇ ଶ୍ରୀବିଜୟପୁରମ ଭାବେ ନାମିତ କରାଯାଇଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

- Advertisement -

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଶ୍ରୀବିଜୟପୁରମ ଆମ ସ୍ୱାଧୀନତା ସଂଗ୍ରାମ ଓ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥିଲା। ପୂର୍ବରୁ ଥିବା ନାମ ଔପନିବେଶିକ ଛାପକୁ ଦର୍ଶାଉଥିଲା। ଶ୍ରୀବିଜୟପୁରମ ସ୍ୱାଧୀନତା ସଂଗ୍ରାମରେ ଆମେ ପାଇଥିବା ବିଜୟର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ଆଣ୍ଡାମାନ ନିକୋବର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲା ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories