www.samajalive.in
Monday, December 15, 2025
17.1 C
Bhubaneswar

ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ, କିନ୍ତୁ କୃଷକଙ୍କ ପ୍ରତି ଅନ୍ୟାୟ କରୁଛି କେନ୍ଦ୍ର: କଂଗ୍ରେସ

ଡେସ୍କ: କଂଗ୍ରେସ ନେତା ଜୟରାମ ରମେଶ ମଙ୍ଗଳବାର କହିଛନ୍ତି ଯେ କୃଷକଙ୍କ ପାଇଁ ଆନ୍ଦୋଳନ କରୁଥିବା ଚୌଧୁରୀ ଚରଣ ସିଂହ ଏବଂ କୃଷି ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନରେ ସମ୍ମାନିତ କରିଛନ୍ତି କିନ୍ତୁ କୃଷକଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନ ପ୍ରଣୟନ ଦାବିରେ ହଜାର ହଜାର କୃଷକଙ୍କ ଦ୍ୱାରା ଦିଆଯାଇଥିବା ‘ଦିଲ୍ଲୀ ଚଲୋ’ ଡାକରା ପରେ ସେ ଏହି ମନ୍ତବ୍ୟ ଦେଇଛନ୍ତି।

କଂଗ୍ରେସର ଚାଲିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ସମୟରେ ଛତିଶଗଡ଼ର ସରଗୁଜା ଜିଲ୍ଲା ସଦର ମହକୁମା ଅମ୍ବିକାପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରମେଶ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କୁ ବିଜେପି ସହ ହାତ ମିଳାଇଥିବାରୁ ଟାର୍ଗେଟ କରିବା ସହ ତାଙ୍କୁ ‘ପଲ୍ଟି କୁମାର’ ବୋଲି କହିଛନ୍ତି।

- Advertisement -

କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ଦିନ କୃଷକମାନଙ୍କର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଦିଲ୍ଲୀରେ ପ୍ରବେଶ କରିବାରୁ ରୋକିବା ପାଇଁ ଦିଲ୍ଲୀରେ ବହୁସ୍ତରୀୟ ବ୍ୟାରିକେଡ୍, କଂକ୍ରିଟ୍ ବ୍ଲକ୍, ଲୁହା ବାଡ଼ ଏବଂ କଣ୍ଟେନରର କାନ୍ଥ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆସନ୍ତା ୩ ବର୍ଷରେ ଦେଶରେ ଖୋଲିବ ଏକ ହଜାର ଗୋଷ୍ଠୀ ବେତାର କେନ୍ଦ୍ର

ରମେଶ କହିଛନ୍ତି, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ମହାନ କୃଷକ ନେତା ଚରଣ ସିଂହ ଏବଂ ‘ସବୁଜ ବିପ୍ଳବର ଜନକ’ ସ୍ୱାମୀନାଥନଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ଘୋଷଣା କରିଥିଲେ ଏବଂ ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। କିନ୍ତୁ ଏହି ଦୁଇ କିମ୍ବଦନ୍ତୀଙ୍କ ପାଇଁ ସମ୍ମାନଜନକ ଭାରତ ରତ୍ନ ଘୋଷଣା କରିଥିବା ସରକାର କୃଷକଙ୍କ ପ୍ରତି କାହିଁକି ଅନ୍ୟାୟ କରୁଛନ୍ତି।

ରମେଶ କହିଛନ୍ତି ଯେ କୃଷକମାନେ ୩-୪ଟି ଦାବିକୁ ସମର୍ଥନ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ଯାହାକୁ ମୋଦି ସରକାର ୩ଟି ‘କଳା’ କୃଷି ଆଇନ ପ୍ରତ୍ୟାହାର କରିବା ସମୟରେ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି ଯେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନ ଆଣିବାକୁ ଦାବି କରୁଛନ୍ତି ଏବଂ ସ୍ୱାମୀନାଥନ ସୂତ୍ର ଅନୁଯାୟୀ ଫସଲର ଉତ୍ପାଦନ ମୂଲ୍ୟର ଦେଢ଼ ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଉ।

ହରିୟାଣା ସୀମାରେ କୃଷକ-ପୁଲିସ ମୁହାଁମୁହିଁ

କୃଷକମାନଙ୍କର ତୃତୀୟ ଦାବି ହେଉଛି ଋଣ ଛାଡ଼। ରମେଶ ଦାବି କରିଛନ୍ତି ଯେ ମୋଦୀ ସରକାର ଚାନ୍ଦା ଦାତାଙ୍କ ୧୪ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି, କିନ୍ତୁ ଅନ୍ନଦାତାଙ୍କ ୧ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରିନାହାନ୍ତି। ସେ କହିଛନ୍ତି, ୨୦୦୮ରେ କେନ୍ଦ୍ରର ତତ୍କାଳୀନ କଂଗ୍ରେସ ସରକାର ୭୨ ହଜାର କୋଟି ଟଙ୍କାର କୃଷକଙ୍କ ଋଣ ଛାଡ଼ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories