ଭବାନୀପାଟଣା: ଗତ ୨୪ ତାରିଖ ଦିନ ସ୍ଥାନୀୟ ବାଲାଜୀ ମନ୍ଦିର ନିକଟରେ ସଂଘଠିତ ଏକ ଲୁଟ ଘଟଣାର ପର୍ଦ୍ଦାଫାଶ ସହ ଏଥିରେ ସମ୍ପୃକ୍ତ ଲୁଟେରାକୁ ଟାଉନଥାନା ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ ସ୍ଥାନୀୟ ରାଧାକୃଷ୍ଣ ନଗର ବାସିନ୍ଦା ଅନନ୍ତ ପାତ୍ର ଙ୍କ ଠାରୁ ତିନିଜଣ ଲୁଟେରା ପ୍ରାୟ ସାଢେ ୫ ଲକ୍ଷ ଟଙ୍କା ଛଡାଇ ନେଇଥିଲେ। ଲୁଟେରାମାନେ ଶ୍ରୀ ପାତ୍ରଙ୍କୁ ବ୍ୟାଙ୍କ ନିକଟରୁ ପିଛା କରି ତାଙ୍କ ଘର ନିକଟରୁ ଟଙ୍କାବ୍ୟାଗ ଲୁଟି ନେଇଥିଲେ। ଏନେଇ ଟାଉନ ଥାନା ପୁଲିସ ୨୭/୨୪ ମାମଲା ରୁଜୁ କରି ତଦନ୍ତ ଆରମ୍ଭକରିଥିଲା। ପୁଲିସର ଏକ ଟିମ୍ ବିଭିନ୍ନ ଜାଗାରେ ଚଢାଉ ପରେ ଛତିଶଗଡ଼ ଭୀମଖୋଜରୁ ଜଣେ ନାବାଳକ ଲୁଟେରାକୁ ଗିରଫ କରିଛି।
ଏଥିସହିତ ୫ ଲକ୍ଷ ଟଙ୍କା ଏବଂ ଲୁଟରେ ବ୍ୟବହୃତ ଏକ ଆପାଚି ବାଇକ୍ ଜବତ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଟାଉନଥାନା ଦାୟିତ୍ୱରେ ଥିବା ଆଇପିଏସ ଅଜାଙ୍କେ ମାନେ, ଏହା ପ୍ରକାଶ କରିଥିଲେ। ଫେରାର ଥିବା ଅନ୍ୟ ଦୁଇ ଲୁଟେରାଙ୍କୁ ଶୀଘ୍ର ଧରାଯିବ ବୋଲି ଟାଉନଥାନା ଆଇଆଇସି ଯଶୋବନ୍ତ ହିଆଲ୍, ସବ ଇନ୍ସପେକ୍ଟର ତପନ କାଲୋ ପ୍ରମୁଖ ପ୍ରକାଶ କରିଥିଲେ।



