ବାସୁଦେବପୁର : ଚୋରା କରତକଳ ଉପରେ ବନବିଭାଗ ଚଢାଉ କରି ବିପୁଳ ପରିମାଣର କାଠ ସହିତ ବ୍ୟବହୃତ ଯନ୍ତ୍ରାଂଶକୁ ଜବତ କରିଛି । ମିଳିଥିବା ସୂଚନା ମୁତାବକ, ବାସୁଦେବପୁର ବନାଞ୍ଚଳ ଅଧିନ କରଞ୍ଜଆଡିଆ ପଞ୍ଚାୟତର ଦାଣ୍ଡି ଗ୍ରାମରେ ଚାଲିଆସୁଥିବା ଚୋରାକରତକଳ ଉପରେ ମଙ୍ଗଳବାର ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ କରତକଳର କର୍ମଚାରୀ ଓ ମାଲିକ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ଏହି ଚଢାଉରେ ରେଞ୍ଜର କପିଳେନ୍ଦ୍ର ପ୍ରଧାନ, ସଦର ଫରେଷ୍ଟର ସୁଚିସ୍ମିତା ମହାନ୍ତି, ଫରେଷଷ୍ଟର ସୁଶିଲ ସିଂ, ଭିଜିଲାନ୍ସ ଏସିଏଫ ତପନ ପରିଡା, ବାଲେଶ୍ୱର ଡିଏସପି ସିକନ୍ଦର ହେମ୍ରୁମ, ଭଦ୍ରକ ଡିଏସପି ଦୁଷ୍ମନ୍ତ ନାୟକ ପ୍ରମୁଖଙ୍କ ସମେତ ବନବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ । ତେେବେ ଏହି ଚୋରା କରତକଳ ବାସୁଦେବପୁର ଓ ଚାନ୍ଦବାଲି ସୀମାନ୍ତ ଅଞ୍ଚଳରେ ଥିବାରୁ ଏହା ଉପରେ ବନବିଭାଗର ନଜର ପଡ଼ି ପାରିନଥିଲା । ଯାହାଫଳରେ ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟଧରି ବେଧଡକ ଭାବରେ ଚୋରା କାଠର ବ୍ୟବସାୟ ଚଳାଇ ଆସୁଥିଲେ ବୋଲି ସୂଚନା ମିଳିଛି । ଆଜିର ଚଢାଉରେ ୮୪୦୪୨ସିଫ୍ଟ କାଠ ଜବତ କରାଯିବା ସହିତ ବାସୁଦେବପୁର ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
Popular Categories



