BJD Bijuli 480×75 Mob

ପୁଞ୍ଚର ଶାହପୁର ଏବଂ କେରନି ସେକ୍ଟରରେ ପାକିସ୍ତାନର ଗୁଳିବର୍ଷଣ: ୨ ନାଗରିକ ମୃତ

BJD Bijuli 480×75 Mob

ଜମ୍ମୁ-କାଶ୍ମୀର: ଜାମ୍ମୁ-କାଶ୍ମୀର ପୁଞ୍ଚ୍‌ ଜିଲ୍ଲାସ୍ଥିତ ଶାହପୁର ଓ କେରନି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିମାଡ କରାଯାଇଛି। ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଜନବହୁଳ ସ୍ଥାନ ଏବଂ ସେନାଶିବିରକୁ ଲକ୍ଷ୍ୟ କରି ପ୍ରବଳ ଗୁଳିବର୍ଷଣ ସହ ୧୮୨ ଏମଏମର ମୋର୍ଟାର କରାଯାଇଥିଲା। ମୋର୍ଟାର ମାଡରେ ବହୁ ଘର ନଷ୍ଟ ହୋଇଛି। ପାକିସ୍ତାନ ସେନାର ଗୁଳିମାଡରେ ୨ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭାରତୀୟ ସେନା ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଉଚିତ ଜବାବ ଦେଇଛି। ପାକିସ୍ତାନ ସେନା ପକ୍ଷରୁ ସାହସପୁର, କର୍ଣ୍ଣି, ବଣ୍ଡି ଚେଚିଆନ୍, ନୋରା ବନ୍ଦି ଆଦି ଅଞ୍ଚଳକୁ ଟାଗେର୍ଟ କରି ଆକ୍ରମଣ କରାଯାଉଛି।ପୁଞ୍ଚଠାରେ ଗତ ୩ ଦିନ ମଧ୍ୟରେ ଏହା ହେଉଛି ଦ୍ବିତୀୟ ଅସ୍ତ୍ର ବିରତି ଉଲ୍ଲଂଘନ। ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ହେବା କାରଣରୁ ନିୟନ୍ତ୍ରଣ ରେଖା ନିକଟ ସମସ୍ତ ଇଲାକାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତୀୟ ସେନା ଜନବହୁଳପୂର୍ଣ୍ଣ ଅଞ୍ଚଳରେ ଆଲର୍ଟ ଜାରି କରି ସ୍ଥାନୀୟବାସିନ୍ଦାଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ସୀମା ଓ ନିୟନ୍ତ୍ରଣ ରେଖା ସଂଲଗ୍ନ ଅଞ୍ଚଳରେ ଯବାନଙ୍କୁ ସତର୍କ ରହିବା ସହ ସୀମାପାରରୁ ହେଉଥିବା ଗୁଳିମାଡ଼ର ଉଚିତ୍ ଜବାବ ଦେବାକୁ ଆଦେଶ ଦିଆଯାଇଛି।

Comments are closed.