www.samajalive.in
Monday, December 15, 2025
24.1 C
Bhubaneswar

ବିଜେଡି ନେତାଙ୍କୁ ହତ୍ୟା

ସୋରଡ଼ା : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ୍‍ ଅନ୍ତର୍ଗତ ବଡ଼ଗଡ଼ଠାରେ ଶୁକ୍ରବାର ଅପରାହ୍ନରେ ଜଣାଶୁଣା ଯୁବ ବିଜେଡି ନେତା ସନିଆ ବିଷୋୟୀ(୩୫)ଙ୍କୁ ଗୁଳି କରି ହତ୍ୟା କରାଯାଇଛି। ୪ଜଣ ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଚିଚ୍‍ ରାସ୍ତାରେ ତାଙ୍କୁ ଗୁଳିମାଡ଼ କରିବା ସହିତ ଖଣ୍ଡାରେ ହାଣି ହତ୍ୟା କରିଥିଲେ। ନିଜ ବାହାଘର ପାଇଁ ଗାଁରେ ଭୋଜି ଦେଉଥିବାବେଳେ ତାଙ୍କୁ ବଡ଼ଗଡ଼କୁ ଡାକି ନେଇ ଗୁଳିମାଡ଼ କରାଯାଇଥିଲା।
ନିଜ ଗାଁର ଜଣେ ଝିଅଙ୍କ ସହିତ ଆସନ୍ତା ୬ ତାରିଖରେ ସନିଆଙ୍କ ବିବାହ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ପୁରୀରେ ଏହି ବିବାହ ଆୟୋଜିତ ହେବ। ଏଥିପାଇଁ ଆଜି ନିଜ ଅଞ୍ଚଳର ଲୋକଙ୍କ ନିମନ୍ତେ ଗାଙ୍ଗପୁରରେ ଭୋଜି ଆୟୋଜିତ ହେଉଥିଲା। ସେଠାରେ ସନିଆ ମଧ୍ୟ ଉପସ୍ଥିତ ଥିଲେ। ଦିନ ପ୍ରାୟ ୧ଟା୩୦ମିନିଟବେଳେ ସନିଆଙ୍କ ମୋବାଇଲକୁ ଏକ କଲ୍‍ ଆସିଥିଲା। ଏହା ପରେ ସେ ନିଜ ପଲସର ବାଇକ୍‍ ଯୋଗେ ନିଜ ଗାଁଠାରୁ ୪ କିମି ଦୂର ବଡ଼ଗଡ଼କୁ ଆସିଥିଲେ। ବଡ଼ଗଡ଼ ତିନିଛକରେ ଥିବା ସରୋଜ ଜେରକ୍ସ ଦୋକାନ ସମ୍ମୁଖରେ ଛିଡ଼ା ହୋଇ ସନିଆ କଥାବାର୍ତ୍ତା ହେଉଥିବାବେଳେ ହଠାତ୍‍ ୪ଜଣ ଯୁବକ ଦୁଇଟି ବାଇକ୍‍ରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ପରେ ତାଙ୍କର ଶରୀରକୁ ଖଣ୍ଡା ଓ କାତିରେ ହାଣିଥିଲେ। ଗୁରୁତର ଅବସ୍ଥାରେ ସନିଆଙ୍କୁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ନିଆଯାଉଥିବାବେଳେ ରାସ୍ତାରେ ମୃତ୍ୟୁ ହୋଇଯାଇଥିଲା। ସନିଆଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ସନିଆଙ୍କ ବହୁ ସମର୍ଥକ ଟାୟାର ଜାଳି ବଡ଼ଗଡ଼-ଶେରଗଡ଼ ରାଜ୍ୟ ରାଜପଥ ରାସ୍ତା ଅବରୋଧ କରିଥିଲେ। ଗଞ୍ଜାମ ଏସ୍‍ପି ବ୍ରିଜେସ ରାୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ଗଡ଼ ଆଇଆଇସି ଜିବନାନନ୍ଦ ଜେନା ସୋରଡ଼ା ଆଇଆଇସି ପ୍ରଭାତ ସାହୁ, ÷ଆସିକା ଏସଡିପିଓ ସୁବାସଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ୨ଟିଖୋକା ଓ ଗୋଟିଏ ମାଗାଜିନ ଜବତ କରାଯାଇଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ଏହା ଘଟିଥିବା ଅନୁମାନ କରାଯାଉଛି।
ସୋରଡ଼ା ବ୍ଲକ୍‍ ଗାଙ୍ଗପୁର ପଞ୍ଚାୟତର ସ୍ୱର୍ଗତ ଅନନ୍ତ ବିଷୋୟୀଙ୍କ ସାନପୁଅ ସନିଆ ଏ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି। ଗାଙ୍ଗପୁର, ବଡ଼ଗଡ଼, ସିଦ୍ଧପୁର ସମେତ ପଡ଼ୋଶୀ ଧରାକୋଟ ବ୍ଲକର ମାଣିକପୁର ଓ ବଳରାମପୁର ପଞ୍ଚାୟତରେ ତାଙ୍କର ରାଜନୈତିକ ପତିଆରା ଥିଲା। ଗାଙ୍ଗପୁର ପଞ୍ଚାୟତର ସମିତି ସଭ୍ୟା ସାଇବାଣୀ ମଳିକଙ୍କୁ ଲଗାତାର ଦୁଇଥର ସୋରଡ଼ା ବ୍ଲକର ଅଧ୍ୟକ୍ଷା କରିବାରେ ତାଙ୍କର ଭୂମିକା ରହିଥିଲା। ନିଜ ଅଞ୍ଚଳରେ ଜନସମ୍ପର୍କ ବୃଦ୍ଧି କରୁଥିବାବେଳେ ତାଙ୍କୁ କାହିକି ଏଭଳି ହତ୍ୟା କରାଗଲା ତାହାକୁ ନେଇ ଏଠାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରଠାରେ ଯୁବବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଦୁର୍ବୃତ୍ତମାନେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories