ମତଦାନ କେନ୍ଦ୍ର ଭିତରେ ଭିଡିଓ, ଫଟୋ ଉତ୍ତୋଳନ-କାନପୁର ମେୟରଙ୍କ ବିରୋଧରେ ମାମଲା
କାନପୁର, : ମତଦାନ କେନ୍ଦ୍ର (ପୁଲିଂ ବୁଥ) ମଧ୍ୟରେ ଫଟୋ ଉତ୍ତୋଳନ ଓ ଭିଡିଓ ରେକର୍ଡିଂ କରିବାକୁ ନେଇ ଉତ୍ତରପ୍ରଦେଶ କାନପୁରର ମେୟର ତଥା ବିଜେପି ନେତା ପ୍ରମିଳା ପାଣ୍ଡେଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରବିବାର ଉତ୍ତରପ୍ରଦେଶ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ନିଜର ମତଦାନ କରିବାକୁ ଯାଇଥିବାବେଳେ ମେୟର ସେଠାରେ ନିଜର ଭିଡିଓ ରେକର୍ଡିଂ କରିଥିଲେ ଓ ମତଦାନ କରିବାର ଫଟୋ ଉଠାଇଥିଲେ।
ମେୟରଙ୍କ ସହିତ ଥିବା ବିଜେପି ନେତା ନୱାବ ସିଂହ ଏହି ଫଟୋ ଉଠାଇଥିଲେ। ନିର୍ବାଚନ ପରିଚାଳନା ଆଇନ ଅନୁଯାୟୀ ଏହା ଅପରାଧ ହୋଇଥିବାରୁ ମେୟର ଓ ନୱାବ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା କାନପୁର ଜିଲାପାଳ କହିଛନ୍ତି। ମତଦାନ ସମୟରେ ସେ କେଉଁ ଦଳକୁ ଭୋଟ ଦେଇଛନ୍ତି ତାହା ମେୟର ନିଜ ଫଟୋ ମାଧ୍ୟମରେ ପ୍ରଘଟ କରିଛନ୍ତି। ମେୟର ତାଙ୍କର ଏହି ଭିଡିଓକୁ ସୋସିଆଲ ମିଡିଆରେ ପ୍ରସାରିତ କରିଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦେଶ ଅନୁଯାୟୀ ମତଦାନ କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ ନେବା ନିଷିଦ୍ଧ।
Comments are closed.