www.samajalive.in
Tuesday, December 9, 2025
26.1 C
Bhubaneswar

କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ଅଭିଯୋଗ ; ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : ବୁଧବାର ବିଧାନସଭାରେ ଭୁବନେଶ୍ବର କେୟାର ହସ୍ପିଟାଲ ପ୍ରସଙ୍ଗ ଉଠିଥିଲା। ରୋଗୀଙ୍କୁ କେୟାର ହସ୍ପିଟାଲରେ ଶୋଷଣ କରାଯାଉଥିବା ସହ ହସ୍ପିଟାଲର ପାକିସ୍ତାନୀ ଲିଙ୍କ ଥିବା ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଉଠାଇଥିଲେ।

ଏହାପରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବିରୋଧିଙ୍କ ଅଭିଯୋଗଙ୍କୁ ସମ୍ମାନ ଦେଇ ଏହି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବସ୍ଥ୍ୟମନ୍ତ୍ରୀ କହିଛନ୍ତି ।କେୟାର ହସ୍ପିଟାଲକୁ ଡ୍ରଗ୍ସ କଣ୍ଟ୍ରୋଲର ଯାଇ ଯାଞ୍ଚ କରିବାସହ ମେଡିସିନ ଷ୍ଟକ ଓ ରୋଗୀଙ୍କ ବିଲ ଆଦି ଯାଞ୍ଚ କରିଥିବା ଜଣାପଡ଼ିଛି। ଭୁବନେଶ୍ବର କେୟାର ହସ୍ପିଟାଲ ନାଁରେ ପାକିସ୍ତାନ ଲିଙ୍କ ଅଭିଯୋଗ ପ୍ରସଙ୍ଗରେ ହସ୍ପିଟାଲ କର୍ତ୍ତୃପକ୍ଷ ମୁହଁ ଖୋଲିଛନ୍ତି। ପାକିସ୍ତାନ ସହ ହସ୍ପିଟାଲର କିଛି ଲିଙ୍କ ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ପାକିସ୍ତାନ ବ୍ୟକ୍ତିଙ୍କ ମାଳିକାନାରେ ହସ୍ପିଟାଲ ଚାଲୁଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଏଭଳି କୌଣସି ବ୍ୟକ୍ତିଙ୍କ ମାଲିକାନାରେ କେୟାର ହସ୍ପିଟାଲ ନ ଥିବା କୁହାଯାଇଛି। ହସ୍ପିଟାଲରେ କୌଣସି ସମସ୍ୟା ନାହିଁ, ଆମେ ଏନଓସି ଆଣିଛୁ। ଅଯଥାରେ ଏହାକୁ ପ୍ରସଙ୍ଗ କରା ନ ଯାଉ ବୋଲି କେୟାର ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories