ସିନେମା କାହାଣୀଠାରୁ ବି ରୋମାଞ୍ଚକର ଧରା ହୋଇ ପଡିଥିବା ଏହି ଚୋରର କାହାଣୀ

0

ଜୟପୁର: ଜୟପୁର ପୁଲିସ  ୩୮ ବର୍ଷ ବୟସ୍କ ଜଣେ ଚୋରକୁ ଗିରଫ କରିଛି । ଏହି ଚୋର ୧୦୦ରୁ ଅଧିକ  କାର ଚୋରି କରିଥିବା ପୁଲିସ ନିକଟରେ ସ୍ୱୀକାର କରିଛି । ଏଥିରୁ ୬୦ଟି ବେଶ୍‌ ଦାମିକିଆ କାର୍‌ ନୂଆଦି୍ଲ୍ଲୀରୁ ଚୋରି କରିଛି । ତାର ବନ୍ଧୁମାନେ ହାଇଟେକ୍‌ ଗ୍ୟାଜେଟସ୍‌ ବ୍ୟବହାର କରି ଚୋରି କରୁଥିଲେ ।

ଆପଣ ‘ଓୟେ ଲକି ଲକି ଓଏ’ରେ ଅଭୟ ଦେଓଲ ନାମୀ ଦାମୀ କାର୍‌ ଚୋରି କରୁଥିବା ଦେଖିଥିବେ । ମାତ୍ର ଏହି  ତାହାଠାରୁ ଉନ୍ନତ ଉପାୟରେ କାର ଚୋରି କରୁଥିଲା । ରାହୁଲ୍‌ ବା ରାଜେଶ ମୀନା ନାମକ ଏହି ଚୋରଠାରୁ ପୁଲିସ୍‌ ୩ଟି କାର୍  ଓ ଗୋଟିଏ ମଟର ସାଇକେଲ ଜବତ କରିଛି । ତା ଠାରୁ ଇଲେକ୍‌ଟ୍ରୋନିକ୍‌ ଚିପ, ଟ୍ରାନସ୍‌ମିଟରସ ଓ ଅନ୍ୟ ହାଇଟକ୍‌ ଯନ୍ତ୍ରପାତି ଜବତ କରାଯାଇଛି ।  ରାହୁଲ ନାମକ ଏହି ଚୋର  ତା ସାଙ୍ଗମାନଙ୍କ ସହ ମଟରସାଇକେଲ୍‌ ରେସ୍‌ କରେ । ଏହି ସମୟରେ ସେ ନିଛାଟିଆ ସ୍ଥାନରେ କାର୍‌ ପାର୍କିଂ ହୋଇଥିବା ଦେଖିଲେ ଚୋରି କରିଥାଏ । ବିଶେଷ କରି ଏ ଚୋର ଦାମିକିଆ ସେଡାନ୍‌ କିମ୍ବା ଏସ୍‌ୟୁଭି କାର୍‌ ଚୋରି କରିଥାଏ । ନୂଆ ଦିଲ୍ଲୀରୁ ୬୦ ଟି ଓ ଜୟପୁରରୁ ଏପରି ୪୦ଟି କାର ଗତ ୧୬ ମାସ ମଧ୍ୟରେ ଚୋରି କରିଥିବା ଏହି ଚୋର ସ୍ୱୀକାର କରିଛି ।

ଏହାପରେ ସେ କାର୍‌ ଗୁଡିକୁ ଉତ୍ତର ପ୍ରଦେଶ ଓ ହରିୟାଣାରେ ବିକ୍ରି କରୁଥିଲା । କାର୍‌ ବିକ୍ରି ଟଙ୍କାରେ ସେ ଜୟପୁରରେ ଏକ  ନାମୀ ଦାମୀ ଅଞ୍ଚଳରେ ଫ୍ଲାଟ୍‌ କିଣିବା ସହ ଅଳଙ୍କାର ମଧ୍ୟ କିଣିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ଚୋର ଇନଷ୍ଟାଲ୍‌ମେଣ୍ଟରେ ଏକ ଦାମିକିଆ କାର ମଧ୍ୟ କିଣିଥିଲା। 

Leave A Reply