ଶେଷ ହେଲା ଘୋଷଯାତ୍ରା, ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର
ଭୁବନେଶ୍ବର: ଶ୍ରୀକ୍ଷେତ୍ରରେ ଶେଷ ହେଲା ଘୋଷଯାତ୍ରା। ବଡ଼ଦାଣ୍ଡରେ ପତିତଜନଙ୍କୁ ଦର୍ଶନ ଦେଇ ବାହୁଡ଼ିଲେ ଶ୍ରୀଜୀଉ। ଶ୍ରୀମନ୍ଦିରର ରତ୍ନସିଂହାସନକୁ ବାହୁଡ଼ିଲେ ତିନି ଠାକୁର। କାଲିଠାରୁ ଭକ୍ତଙ୍କୁ ରତ୍ନବେଦିରେ ଦର୍ଶନ ଦେବେ ତିନି ଠାକୁର।
ଆଜି ନୀଳାଚଳକୁ ବାହୁଡ଼ିଛନ୍ତି ନୀଳାଦ୍ରିନାଥ। ରଥ ଉପରୁ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଶେଷ ହୋଇଥିଲା।
ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଶେଷରେ ଆସିଥିଲେ ଦାରୁବ୍ରହ୍ମ- ପରମବ୍ରହ୍ମ – ଜଗତ ଠାକୁର- ଶ୍ରୀଜଗନ୍ନାଥ। ମହାପ୍ରଭୁ ଝୁଲିଝୁଲି ଯିବା ବେଳେ ହଠାତ୍ ସିଂହଦ୍ୱାର ବନ୍ଦ କରିଦେଇଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ। ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲେ ମା’ ମହାଲକ୍ଷ୍ମୀ। ଶୃଙ୍ଖଳିତ ନୀଳାଦ୍ରି ବିଜେ ନୀତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାଳିଆ ସାଆନ୍ତଙ୍କ ନୀଳାଦ୍ରି ପହଣ୍ଡି ବେଳେ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥିଲା।
Comments are closed.