www.samajalive.in
Saturday, December 6, 2025
17.1 C
Bhubaneswar

ଜାଣନ୍ତୁ, କର୍କଟ ରୋଗ ହେବାର ମୁଖ୍ୟ କାରଣ

ନିଜକୁ ଯେତେ ଫିଟ୍ ରଖିଲେ ମଧ୍ୟ ରୋଗ କୌଣସି ନା କୌଣସି ଉପାୟରେ ଶରୀରକୁ ଆକ୍ରାନ୍ତ କରୁଛି ବୋଲି ଅଧିକାଂଶ ଲୋକମାନେ ମତ ଦେଇଛନ୍ତି। ବିଶେଷ କରି କର୍କଟ ରୋଗକୁ ସଂଖ୍ୟାଧିକ ଲୋକ ଭୟ କରୁଛନ୍ତି।
ପ୍ରତ୍ୟେକ ବୟସର ଲୋକେ ନିଜ ଓଜନକୁ ସବୁବେଳେ ନିୟନ୍ତ୍ରଣରେ ରଖିବାକୁ ଯଥା ସାଧ୍ୟ ଚେଷ୍ଟା କରନ୍ତୁ। ମେଦବହୁଳତାର ଶିକାର ହେଲେ କର୍କଟ ଆକ୍ରାନ୍ତ କରିବାର ଆଶଙ୍କା ସର୍ବାଧିକ ସମ୍ଭାବନା ରହିଥାଏ।


ଏକ ସର୍ବେକ୍ଷଣ ଅନୁସାରେ ସଂଖ୍ୟାଧିକ ମେଦବହୁଳ ରୋଗୀ ହିଁ ଖାଦ୍ୟନଳୀ, ପାନକ୍ରିଆଜ୍, ବୃକକ୍, ଥାଇରଏଡ୍ ଗ୍ରନ୍ଥି କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ନିଜ ଓଜନକୁ ନିୟନ୍ତ୍ରଣରେ ରଖିଲେ ଏସବୁର ଭୟ ମନରୁ ଦୂର ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅତ୍ୟଧିକ ପରିମାଣରେ ଆମିଷ ସେବନ ମଧ୍ୟ କର୍କଟ ରୋଗର କାରଣ ହୋଇଥାଏ। ତେଣୁ ସପ୍ତାହକୁ ଥରେ କିମ୍ବା ଦୁଇଥର ଆମିଷ ଭୋଜନ କରିବା ଉଚିତ।

- Advertisement -


ଯେଉଁମାନେ ଅଧିକାଂଶ ସମୟ ଟିଭି ସମ୍ମୁଖରେ ଅତିବାହିତ କରନ୍ତି, ସେମାନଙ୍କୁ ଗର୍ଭାଶୟ ଓ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ବୋଲି ଜଣାପଡ଼ିଛି।
ନିଜ ଖାଦ୍ୟ ଓ ପାନୀୟରେ ସବୁଜ ପନିପରିବା ପ୍ରତ୍ୟହ ସାମିଲ କରାଇ ନିଅନ୍ତୁ। ସିଝା ଖାଦ୍ୟ ନଚେତ୍ ହାଲକା ଭାବେ ଖାଇଲେ ପନିପରିବାର ପୋଷକତତ୍ତ୍ବ ଶରୀର ମଧ୍ୟକୁ ପ୍ରବେଶ କରି ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories