୬ରାଜ୍ୟର ୭ ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣତି; ଆଜି ଆସିବ ଫଳ
ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗଣତି ହେଉଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ କରାଯାଇଛି । ବିହାର, ମହାରାଷ୍ଟ୍ର, ହରିୟାଣା, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ହେଉଛି । ଏହି ୬ ରାଜ୍ୟରେ ହେଉଥିବା ଉପନିର୍ବାଚନରେ ବିଜେପି ଓ ଆଞ୍ଚଳିକ ଦଳ ଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ହୋଇଥିବା ଦେଖିବାକୁ ମିଳିଥିଲା । ୭ ଆସନ ପାଇଁ ମୈଦାନରେ ରହିଥିଲେ ୪୭ଜଣ ପ୍ରାର୍ଥୀ ।
ଏକା ବେଳେ ବିହାରର ଦୁଇଟି ବିଧାନସଭା ଆସନ ମୋକାମା ଏବଂ ଗୋପାଳଗଞ୍ଜ ଆସନରେ ନିର୍ବାଚନ ହୋଇଛି । ସେହିପରି ମହାରାଷ୍ଟ୍ରର ଆନ୍ଧେରି (ପୂର୍ବ) ଆସନ, ହରିୟାଣାର ଆଡାମପୁର ଆସନ, ତେଲେଙ୍ଗାନାର ମୁନୁଗୋଡୋ ଆସନ, ୟୁପିରେ ଗୋଲା ଗୋକରନାଥ ଏବଂ ଓଡିଶାରେ ଧାମନଗର ଆସନ ପାଇଁ ଉପନିର୍ବାଚନ କରାଯାଇଛି । ଏହି ସମସ୍ତ ଆସନର ଫଳାଫଳ ଆଜି ପ୍ରକାଶ ପାଇବ ।
ଭୋଟ୍ ଗଣତିକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବାକୁ ସମସ୍ତ ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । କାଉଣ୍ଟିଂସ୍ଥଳରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି । ପୁଲିସ ମଧ୍ୟ ମୁତୟନ ହୋଇଛନ୍ତି ।
Comments are closed.