୧୪ରୁ ବନ୍ଦ ରହିବ ୧୭ ହଜାର ବସ୍‌ର ଚଳାଚଳ

0

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁସାରେ ୧୪ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଆଜି ଅପରାହ୍ନରେ ଏଠାରେ ଘରୋଇ ବସ୍‌ ମାଲିକ ସଂଘର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ କୁହାଯାଇଛି ଆମର ଦାବି ପୂରଣ ପାଇଁ ପରିବହନ ମନ୍ତ୍ରୀ ଓ ସଚିବ ପ୍ରତିଶୃତି ଦେଇ ଚାଲିଛନ୍ତି, କିନ୍ତୁ ତାହା ପୂରଣ କରିବା ପାଇଁ ଆନ୍ତରିକା ପ୍ରକାଶ କରୁ ନାହାନ୍ତି। ତେଣୁ ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ ବନ୍ଦ ରହିବ। ଏଥିଯୋଗୁଁ ପରିବହନ ବ୍ୟବସ୍ଥାରେ ଯେଉଁ ବିଶୃଙ୍ଖଳା ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣି, ମୁଖ୍ୟପାତ୍ର ଦେବାଶିଷ ନାୟକଙ୍କ ସମେତ ରାଜ୍ୟର ସମସ୍ତ ଆଞ୍ଚଳିକ ସଂଘର କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave A Reply