ଥାନେରେ ଦିବ୍ୟାଙ୍ଗଙ୍କ ମତଦାନପାଇଁ ୭୪୦ ଅଟୋ ଓ ୨୦ ବସ୍ର ବ୍ୟବସ୍ଥା
ଥାନେ .- ମୁମ୍ବାଇ ନିକଟସ୍ଥ ଥାନେ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରକୁ ଦିବ୍ୟାଙ୍ଗଙ୍କ ଯାତାୟତ ପାଇଁ ୭୪୦ ଅଟୋ ଓ ୨୦ଟି ବସ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ରିଙ୍ଗ ରୁଟ୍ରେ ଦୁଇଟି ଲେଖାଏଁ ବସ୍ର ବ୍ୟବସ୍ଥା କରାଯାଇଛି । ଏହି ମତଦାତାଙ୍କୁ ସହାୟତା ଯୋଗାଇବା ପାଇଁ ସହାୟକମାନଙ୍କୁ ନିଯୁକ୍ତି ଦିଆଯାଇଛି । ଥାନେର ନିର୍ବାଚନ ଅଧିକାରୀ ଓ ଏହାର ପୌରସଂସ୍ଥା ମିଳିତ ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଥାନେ ଜିଲ୍ଲାରେ ୭,୯୪୫ ଜଣ ଦିବ୍ୟାଙ୍ଗ ମତଦାତା ଅଛନ୍ତି । ଥାନେର ନିର୍ବାଚନ ପୋର୍ଟାଲରେ ଦିବ୍ୟାଙ୍ଗମାନଙ୍କ ସହାୟତା ପାଇଁ ଥିବା ସହାୟକ ଓ ସ୍ୱେଚ୍ଛାସେବୀମାନଙ୍କୁ ଯୋଗା ଯୋଗ କରିବା ପାଇଁ ମୋବାଇଲ୍ ନମ୍ବର ଦିଆଯାଇଛି । ଦିବ୍ୟାଙ୍ଗ ଭୋଟର ମତଦାନ ଦିନ ଏହି ସ୍ୱେଚ୍ଛାସେବୀମାନଙ୍କୁ ଯୋଗା ଯୋଗକରିବା ସହ ବସ୍ କିମ୍ବା ଅଟୋ ସେବାକୁ ବ୍ୟବହାର କରି ପାରିବେ ।
Comments are closed.