୧୫୦ ଫୁଟ ତଳକୁ ଖସିଲା ବସ୍, ୧୫ ମୃତ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ରାଜୌରୀ ଜିଲାରେ ବସ ଓଲଟି ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ୍ ରାସ୍ତାରୁ ଖସିଯାଇ ଖାଇରେ ପଡିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନେକ ଆହତ ହୋଇଛନ୍ତି । ବସଟି ୧୫୦ ଫୁଟ ତଳକୁ ଖସିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିବା ସହିତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ବସଟି ୟୁପିର ହାଥରସରୁ ଜମ୍ମୁ କଶ୍ମୀରର ଶିବ ଖୋଡି ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

Comments are closed.