www.samajalive.in
Wednesday, November 12, 2025
17.1 C
Bhubaneswar

ବୁର୍ଲା : ସଟ୍ ଡାଉନ୍ ପରେ ୧୪୪ ଧାରା ବଳବତ୍ତର 

ବୁର୍ଲା : ବୁର୍ଲା ସହର ମଧ୍ୟରେ କରୋନା ସଂକ୍ରମଣ ବିଷ୍ପୋଟକ ସ୍ଥିତି ସମ୍ଭାବନା ସୃଷ୍ଟି କରିଛି। ଏହା ମଧ୍ୟରେ ସମୁଦାୟ ୭ ଜଣ ସଂକ୍ରମିତ ହେବା ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା ହୋଇଯାଇଥିବା ବେଳେ ପ୍ରାୟ ସହସ୍ରାଧିକ ବ୍ୟକ୍ତିବିଶେଷଙ୍କ ସ୍ୱାବ ରିପୋର୍ଟ ଅପେକ୍ଷା କରାଯାଇଛି। ଯାହାକି ସ୍ଥାନୀୟବାସୀନ୍ଦାଙ୍କ ମହଲରେ ଆଜି ସଟ୍ ଡାଉନ କଡାକଡି ଭାବରେ ପାଳନ କରା ଯାଇଥିବା ଦେଖିବାକୁ ମିଳିଥିଲା। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଯାନବାହନ ମାନ ସମ୍ପୁର୍ଣ୍ଣ ରୁପେ ବନ୍ଦ ରଖା ଯାଇଥିଲା। ଜରୂରୀ କାଳିନ ପରିସ୍ଥିତିରେ କାଁ ଭାଁ ଲୋକେ ଯିବା ଆସିବା କରିବା ମେଡ଼ିକାଲକୁ କିଛି ଲୋକଯିବା ଆସିବା କରିବା ଦେଖିବାକୁ ମିଳିଥଲା। ମେଡ଼ିକାଲ ସେବା ତଥା ଆମ୍ବୁଲାନସ ସେବାକୁ ବନ୍ଦରୁ ବାଦ ଦିଆ ଯାଇଥିଲା।

ଅନ୍ୟପଟେ ଗତକାଲି ଭିସୁଟର ପାଞ୍ଚଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ତରଫରୁ ସହରର ବିଭିନ୍ନ ସ୍ଥାନରେ ଲାଗୁ ହୋଇଥିବା ୧୪୪ ଧାରା ବଲବତ୍ତର ରହିଛି। ପୁଲିସ ସେହି ଅଞ୍ଚଳ ମାନଙ୍କରେ ତିକ୍ଷ୍ନ ନଜର ରଖିଥିବା ବେଳେ କେତେକ ବ୍ୟକ୍ତି ଏହାକୁ ଲୁଚିଛପି ଅମାନ୍ୟ କରିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନ ପାରେ। ସେପଟେ ଆଜିକାର ସଟ ଡାଉନ ସମୟରେ ସକାଳୁ ସହରର କିଛି ସ୍ଥାନରେ ଲୁକାଛୁପା ଭାବେ କିଛି କଂସେଇ ଦୋକାନ ଖୋଲା ରହିଥିବା ଖବର ପାଇ ପୁଲିସ ପହଞ୍ଚି ସେମାନଙ୍କ ଉପରେ ମୃଦୁ ଲାଠି ଚାଲନା କରି ଦୋକାନ ଗୁଡିକୁ ବନ୍ଦ କରାଇଥିବା ସୂଚନା ହସ୍ତଗତ ହୋଇଛି। ଆଜିକାର ସଟ ଡ଼ାଉନକୁ ଅନେକ ସଚେତନ ମହଲରେ ସ୍ୱାଗତ କରାଯାଇଥିବା ବେଳେ କରୋନା ସଂକ୍ରମଣ ସ୍ତିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିବା ଉପରେ ମତପ୍ରକାଶ ପାଉଛି। ତେବେ ବୁର୍ଲା ସହରରେ ଦୁଇଦିନ ତଳେ ଚିହ୍ନଟ ହୋଇଥିବା କିଛି କରୋନା ପଜିଟିଭ ପାଇଁ ଜିଲ୍ଲା ପ୍ରଶାସନ ଏଭଳି କଡା ନିୟମ କରିଛି। ହେଲେ ଏହି କଟକଣା ବୁର୍ଲାରେ ସଂକ୍ରମଣ ରୋକିବା ଦିଗରେ କେତେ ସହାୟକ ହେଉଛି ତାହା ଦେଖିବା ବାକିରହିଲା।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories