ବୁର୍ଲା ସହରରେ ଶାରଦୀୟ ଦୁର୍ଗାପୁଜାର ଧୁମ: ·ରିଆଡ଼େ ପାର୍ବଣର ମାହୋଲ

ବୁର୍ଲା: ବୁର୍ଲାରେ ଶାରଦୀୟ ଦୁର୍ଗାପୁଜା ବିଭିନ୍ନ ମଣ୍ଡପ ଠାରେ ସାଧାରଣ ଭାବରେ ରିତିନିତି ଅନୁଯାୟୀ ମହା ଆଡ଼ମ୍ବର ସହକାରେ ଆଜି ସପ୍ତମୀ ଠାରୁ ଆରମ୍ଭ ହେଉଛି। ସମସ୍ତ ପୀଠ ମାନଙ୍କରେ ମାତା ଦୁର୍ଗାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପୁଜା ରିନିନିତି ସହକାରେ ଆରମ୍ଭ ହୋଇଛି। ଜଗତଜନନୀ ମାଁ ତାଙ୍କର ଦବ୍ୟ ସ୍ୱରୁପର ଦର୍ଶନ ଦେବା ପାଇଁ ମର୍ତ୍ତ୍ୟମଣ୍ଡଳକୁ ଅବତରଣ କରିଛନ୍ତି ଏବଂ ଝଲସୁଛି ସମଗ୍ର ସହର। ସମସ୍ତ ଭଉଣୀ ମାନେ ଭାଇ ମାନଙ୍କର ଲମ୍ବା ଆୟୁସ ତଥା ସୁଖସମୃଦ୍ଧି ପାଇଁ ଭାଇଁଜୁତିଆ ଉପଲକ୍ଷେ ଉପବାସରେ ରହି ଜଗତଜନନୀ ମାଁଙ୍କ ଦର୍ଶନ କରିଛନ୍ତି।

ଭକ୍ତମାନେ ମାଁଙ୍କ ଆଶିଷ ଲାଭ କରିବା ପାଇଁ ସମସ୍ତ ମଣ୍ଡପକୁ ଯାଇ ଦର୍ଶନ କରିଛନ୍ତି। ସହରର ସର୍ବପୁରାତନ ପୁଜା ବୁର୍ଲା ଭାରତୀ କ୍ଲବ ଠାରେ ଅନୁଷ୍ଠିତ ଦୁର୍ଗାପୁଜା ଚଳିତ ବର୍ଷ ୭୪ ବର୍ଷରେ ପଦାର୍ପଣ କରିଥିବା ଭାରତୀ କ୍ଲବ ପୁଜା କମିଟିର ସଭାପତି ଭାବରେ ମୁଖ୍ୟବନ୍ଧ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ ଜ୍ୟୋର୍ତିମୟ ଷଡ଼ଙ୍ଗି ଏବଂ ସମ୍ପାଦକ ଭାବରେ ଉପେନ୍ଦ୍ର ସେଠ ରହିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇ ପୁଜାକାର୍ଯ୍ୟ ସମ୍ପାଦନ କରାଯାଉଛି।

ପୂଜାରେ ପଣ୍ଡିତ ଭାବରେ ଅମୁଲ୍ୟ ଷଡ଼ଙ୍ଗୀ ରିତିନିତି ମୁତାବକ ପୁଜା କାର୍ଯ୍ୟ ସମାପନ କରୁଥିବା ବେଳେ କର୍ତ୍ତା ଭାବରେ ଜ୍ୟୋତିଶଙ୍କର ଷଡ଼ଙ୍ଗି ରହିଛନ୍ତି। ତେବେ ସହରର ସର୍ବପୁରାତନ ପୁଜା ଗତ ୧୯୫୧ ମସିହାରୁ ଭାରତୀ କ୍ଲବରେ ଜଗତଜନନୀ ମାତା ଦୁର୍ଗାଙ୍କ ପୁଜା ରିନିନିତି ମୁତାବକ ଅନବରତ ଭାବରେ ଅନୁଷ୍ଠିତ ହେଉଛି।

ତତ୍ପରି ବୋର୍ଡ଼କଲୋନି ଶାସ୍ତ୍ରୀଛକ ଠାରେ ଶାରଦିୟ ଜଗନ୍ନାଥ ବିହାର ସାର୍ବଜନିନ ଦୁର୍ଗାପୁଜା କମିଟିର ସଭାପତି ଶିବ ଶଙ୍କର ଦଲାଇ, ଉପ ସଭାପତି ରଞ୍ଜନ ରାଉତ ଏବଂ ଟୁନୁ ସାହୁ, ସମ୍ପାଦକ ନରେଶ ରଞ୍ଜନ ପଣ୍ଡାଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ପୁଜାକାର୍ଯ୍ୟକୁ ସୁଚାରୁ ରୁପେ ପରିଚାଳିତ କରୁଛନ୍ତି ଏବଂ ୨୮ବର୍ଷରେ ପଦାର୍ପଣ କରିଛି ଅନେକ ଆଡମ୍ବର ସହକାରେ ଶାରଦୀୟ ଦୁର୍ଗାପୁଜା ଅନୁଷ୍ଠିତ ହେଉଥିବା ବେଳେ ସାସ୍କୃତିକ କାର୍ଯ୍ୟକ୍ରମ ସହିତ ତିନିଦିନ ଧରି ପ୍ରସାଦ ସେବନ ବ୍ୟବସ୍ତା ମଧ୍ୟ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ଦଳେଇ ସୁଚନା ଦେଇଛନ୍ତି।

ଇନ୍ଦିରାଗାନ୍ଧୀ ପକ୍କା ମାର୍କେଟ ଦୁର୍ଗାମଣ୍ଡପ ଠାରେ ଚାଲିଥିବା ଶାରଦିୟ ଦୁର୍ଗାପୁଜା କମିଟିର ସଭାପତି ରାଜକିଶୋର ଜାଯୋଡ଼ିଆ, ପ୍ରମୋଦ ଆ·ର୍ଯ୍ୟ, ଅଶୋକ କୁମାର, ଅନିଲ କାନୁନଗୋ, ଆରଏ ଶିବକୁମାର, ସଞ୍ଜିବ ବର୍ମାଙ୍କ ସହିତ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତା ବୃନ୍ଦ ପୁଜାବିଧି ଅନ୍ୟାନ୍ୟ ସଦସ୍ୟ ମାନେ ସୁରୁଖୁରୁରେ ପୁଜାବିଧି ଗତ ୫୬ବର୍ଷ ଧରି ଏହି ପୁଜା ଅନବରତ ଭାବରେ ·ଲି ଆସୁଛି। ବୁର୍ଲା ନେତାଜୀ କ୍ଲବର ସଭାପତି ବିଭିଷଣ ଭିସାର, ସମ୍ପାଦକ ଭାବରେ ବଳରାମ ମିଶ୍ର ତଥା ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନଙ୍କ ତରଫରୁ ଶାରଦୀୟ ଦୁର୍ଗାପୁଜା ୧୩ ବର୍ଷରେ ପଦାର୍ପଣ କରିଛି। ସେହିପରି ସଦେଇପାଲି ସାର୍ବଜନିନ ଦୁର୍ଗାପୁଜା କମିଟିର ସଭାପତି ପ୍ରଭାସ ପୃଷେଠ ତଥା ଅନ୍ୟାନ୍ୟ ସଦସ୍ୟ ମାନଙ୍କ ତରଫରୁ ଚଳିତ ବର୍ଷ ମଧ୍ୟ ଶାରଦିୟ ଦୁର୍ଗାପୁଜା ଆରମ୍ଭ ହୋଇଛି।

ସଦେଇପାଲି ସାର୍ବଜନିନ ଦୁର୍ଗାପୁଜା ୧୧ ବର୍ଷରେ ପଦାର୍ପଣ କରିଛି। ବୁର୍ଲା ଇନ୍ଦିରାଗାନ୍ଧୀ କଚ୍ଚାମାର୍କେଟ ଠାରେ ପୁରାତନ ଭୁବନେଶ୍ୱରୀ ମନ୍ଦୀର ଠାରେ ସାର୍ବଜନିନ ଦୁର୍ଗାପୁଜା ସହିତ ନବରାତ୍ର ପୁଜା ଅନୁଷ୍ଠିତ ହେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ଦ୍ୱିପ ପ୍ରଜ୍ଜ୍ୱଳନ କରି ପୁଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ମଣ୍ଡପରେ ନବରାତ୍ର ପୁଜା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ମାତା ଜଗତଜନନୀ ଦୁର୍ଗାଙ୍କ ଆଗମନ ନିଶ୍ଚିତ ଭାବରେ ଭକ୍ତ ଗଣଙ୍କୁ ଅନେକ ମାତ୍ରାରେ ଉତଫୁଲ୍ଲିତ କରିଥିବା ବେଳେ ସହରେ ପାର୍ବଣର ମାହୋଲ ଲାଗି ରହିଛି। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ପାଇଁ ପୁଲିସର ବ୍ୟାପକ ବ୍ୟବସ୍ତା ସହରର ସମସ୍ତ ପୁଜା ମଣ୍ଡପ ଠାରେ କରାଯାଉଥିବା ଦେଖିବାକୁ ମିଳୁଛି।

Comments are closed.