ବୁରାଡି କାଣ୍ଡ : ଶୋକ ପାଳନ କରୁଛି ପୋଷା କୁକୁର ‘ଜ୍ୟାକି’

0

 

prayash

ବୁରାଡି :  ଦିଲ୍ଲୀର ବୁରାଡି ଅଞ୍ଚଳସ୍ଥିତ ସନ୍ଥନଗରେ ଭାଟିଆ ପରିବାରର ୧୧ ଜଣଙ୍କର ମୃତ୍ୟୁ ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଭାଟିଆ ପାରିବାରର ନିକଟ ସଂପର୍କୀୟ ଓ ପାଖ ପଡୋଶୀମାନେ ଏବେ ଶୋକରେ ବୁଡି ରହିଛନ୍ତି । ଆଉ ଏଥିରେ ମଧ୍ୟ ସାମିଲ ହୋଇଛି ତାଙ୍କ ପୋଷା କୁକୁର ‘ଜ୍ୟାକି’।

ଆମ ସମାଜରେ ​କୁକୁରକୁ ସବୁଠାରୁ ବିଶ୍ବସ୍ତ ପ୍ରାଣୀ କୁହାଯାଏ। ଏ କ୍ଷେତ୍ରରେ ‘ଜ୍ୟାକି’ ମଧ୍ୟ ନିଜ ବିଶ୍ବସନୀୟତା ଓ ପ୍ରଭୁ ଭକ୍ତିର ପ୍ରମାଣ ଦେଇଛି।

ଅନ୍ୟ ପକ୍ଷରେ ଭାଟିଆ ପାରିବାରର ଓ ତାଙ୍କ ନିକଟ ସଂପର୍କୀୟମାନେ ଶୋକ ପାଳନ କରୁଥିବା ବେଳେ ଏଥିରେ ସାମିଲ ହୋଇଛି ତାଙ୍କ ପୋଷା କୁକୁର ‘ଜ୍ୟାକି’। ନିଜ ମାଲିକଙ୍କୁ ହରାଇ ‘ଜ୍ୟାକି’ ଏବେ ବହୁତ ଦୁଃଖି ହୋଇଯାଇଛି। ସେହି କାଳ ରାତିରେ ପରିବାର ଲୋକଙ୍କ ସହିତ ଖେଳିବା ପରେ ‘ଜ୍ୟାକି’ ଶୋଇବାକୁ ଯାଇଥିଲା। ଛୋଟ ଛୁଆ ଅବସ୍ଥାରେ ଭାଟିଆ ପାରିବାରର ଲୋକମାନେ ତାକୁ ଘରକୁ ଆଣିଥିଲେ। ସାହି ପଡିଶାଙ୍କ ନିକଟରେ ଏକ ରାଗି କୁକୁର ଭାବେ ‘ଜ୍ୟାକି’ ପରିଚିତ। କାରଣ ସେ କୌଣସି ବାହାର ଲୋକଙ୍କୁ ଘରର ଆଖ ପାଖକୁ ଆସିବାକୁ ଦେଉ ନ ଥିଲା। ସେ ଭାଟିଆ ପାରିବାରର ଘର ଏବଂ ଦୋକାନ ଜଗୁଥିଲା।
ଏବେ କିନ୍ତୁ ପରିବାରର ୧୧ଜଣଙ୍କର ମୃତ୍ୟୁ ପରେ ଲୋକଙ୍କ ଗହଳି ଦେଖି ମଧ୍ୟ ସେ ଭୋକୁ ନାହିଁ। ପାଖ ପଡିଶାଙ୍କ କହିବା କଥା ସେଦିନ ରାତିରେ ‘ଜ୍ୟାକି’ ଥରେ ଦି’ ଥର ଭୋକିଥିଲା। କିନ୍ତୁ ଏଥିରେ ଅସ୍ୱଭାବିକତା ନ ଥିବା ଭାବି କେହି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ। ନିଜ ମାଲିକଙ୍କୁ ହରାଇ ‘ଜ୍ୟାକି’ ସ୍ଥାଣୁ ପାଲଟି ଯାଇଛି। କେହି ତାକୁ କିଛି ଖାଇବାକୁ ଦେଲେ ସେ ଖାଉ ନାହିଁ। ଏପରିକି ସେ ପାଣି ମଧ୍ୟ ପିଉ ନାହିଁ। ତା’ ଆଖିରୁ କେବଳ ଧାର ଧାର ହୋଇ ଲୁହ ବୋହୁଛି।

kalyan agarbati
Leave A Reply