www.samajalive.in
Monday, December 8, 2025
14.1 C
Bhubaneswar

ବୁଲେଟ ଟ୍ରେନ ପାଇଁ ଶୁଭ ସଂକେତ ; ୬୧ ହେକ୍ଟର ଜମି ପ୍ରଦାନ କରିବେ ଭିୱଣ୍ଡିର କୃଷକ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ମହତ୍ୱାକାଂକ୍ଷୀ ବୁଲେଟ ଟ୍ରେନ ପ୍ରକଳ୍ପ ଧିରେ ଧିରେ ସଫଳତାର ଗୋଟିଏ ଗୋଟିଏ ସୋପାନ ଅତିକ୍ରମ କରି ଚାଲିଛି । ଜମି ଅଧିଗ୍ରହଣକୁ ନେଇ ଲାଗିରହିଥିବା ବିବାଦ ସମାଧାନ ହେବାରେ ଲାଗିଛି। ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଜମି ଦେବାକୁ ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଭିୱଣ୍ଡିର କୃଷକମାନେ ୬୧ ହେକ୍ଟର ଜମି ଦେବାକୁ ରାଜି ହୋଇଛନ୍ତି।
ଠାଣେର ଜିଲ୍ଲାପାଳ ରାଜେଶ ନାର୍ବରକର କୃଷକମାନଙ୍କ ସହିତ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ପରେ ଶେଷରେ କୃଷକମାନେ ଏହି ପ୍ରକଳ୍ପ ପାଇଁ ଜମି ଦେବାକୁ ରାଜି ହେ।।ଇଛନ୍ତି। ମୁମ୍ବଇ-ଅହମ୍ମଦାବାଦ ମଧ୍ୟରେ ଚାଲିବାକୁଥିବା ଏହି ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଭିୱଣ୍ଡିର ୧୦ଟି ଗାଁର କୃଷକମାନଙ୍କଠାରୁ ୨୭ ଏକର ଜମି ରେଳ ଲାଇନ ଏବଂ ଅବଶିଷ୍ଟ ଜମି ଡିପୋ ପାଇଁ ଅଧିଗ୍ରହଣ କରାଯିବ। ରାଜସ୍ୱ ଅଧିକାରୀମାନେ ଦୀର୍ଘ ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ କୃଷକମାନଙ୍କ ସହିତ ଆଲୋଚନା କରିବା ପରେ କୃଷକ ନେତା ଏବଂ କୃଷକମାନେ ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ଜମି ଦେବାକୁ ରାଜି ହୋଇଛନ୍ତି। ଦୀର୍ଘ ଏକ ବର୍ଷ ଧରି ଜମି ଅଧିଗ୍ରହଣ ଜନିତ ସମସ୍ୟା ଲାଗି ରହିବାରୁ ପ୍ରକଳ୍ପର ଭବିଷ୍ୟତ ନେଇ ଅନିଶ୍ଚିତା ଦେଖା ଦେଇଥିଲା। ଏବେ କିନ୍ତୁ ମୋଦୀଙ୍କ ବୁଲେଟ୍‍ ଟ୍ରେନ ସଫଳତାର ଆଉ ଏକ ସୋପନ ଅତିକ୍ରମ କରିଛି।

ପୂର୍ବରୁ ଗତ ମାସେରେ ଅହମ୍ମଦାବାଦ-ମୁମ୍ବଇ ବୁଲେଟ ଟ୍ରେନ୍‍ ପ୍ରକଳ୍ପ ପାଇଁ ପ୍ରଥମ ଜମି ମିଳିଥିଲା। ଜର୍ମାନୀରେ ଥିବା ଜଣେ ପ୍ରବାସୀ ଗୁଜରାଟୀ ତାଙ୍କର ପୈତୃକ ଜମିବାଡ଼ି ଏହି ପ୍ରକଳ୍ପ ପାଇଁ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସବିତା ବେନ୍‍ ଓ ସେ ଜମାନୀରେ ରେସ୍ତୋରାଁ ବ୍ୟବସାୟ କରନ୍ତି। ଦୀର୍ଘ ତିନି ଦଶନ୍ଧି ଧରି ସେ ଜର୍ମାନୀରେ ବସବାସ କରୁଛନ୍ତି। ଚାନ୍‍ସାଦ ଅଞ୍ଚଳରେ ଥିବା ତାଙ୍କର ୭୧ଏକର ଜମିରୁ ୧୧.୯୪ହେକ୍ଟର ଜମିକୁ ସେ ୩୦ହଜାର ୨୩୪ ଟଙ୍କା ମୂଲ୍ୟ ହିସାବରେ ପ୍ରଦାନ କରିଛନ୍ତି। ଏହି ଜମି ଦେବା ପାଇଁ ସେ ପୁଅ ସହିତ ଭାରତ ଆସିଥିଲେ। ୫୦୮କିମି ଦୀର୍ଘ ରେଳ ପଥ ପାଇଁ ମୋଟ ୧୪୦୦ହେକ୍ଟର ଜମି ଆବଶ୍ୟକ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories