ବୁଲିବାଇ ଆପ୍ ମାମଲା: ନିରଜ ସିଂହ ସମେତ ୨ ଜଣଙ୍କୁ ଜାମିନ

ବ୍ରଜରାଜନଗର: ବହୁ ଚର୍ଚ୍ଚିତ ବୁଲିବାଇ ଆପ୍‌ ମାମଲାରେ ମୁମ୍ବାଇ ପୁଲିସ ଗତ ଜାନୁଆରୀ ୨୦ ତାରିଖ ବ୍ରଜରାଜନଗର ଇବ ପିଟ ଅଞ୍ଚଳର ନିରଜ ସିଂହକୁ ଗିରଫ କରିଥିଲା। ତେବେ ଗତ କାଲି ମୁମ୍ବାଇ ସେସନ କୋର୍ଟ ନିରଜ ସିଂହଙ୍କ ସହିତ ନିରଜ ବିଷ୍ଣୋଇ ଏବଂ ଓଁକାରେଶ୍ୱର ଠାକୁରଙ୍କୁ ଜାମିନ ପ୍ରଦାନ କରିଥିବା ନିରଜ ସିଂହଙ୍କ ଭାଇ ନିକେଶ ସିଂହ ସ୍ପଷ୍ଟ କରିଛନ୍ତି। ସେପଟେ ସାଇବର ପୁଲିସ ମୁମ୍ବାଇ ଦ୍ୱାରା ପଞ୍ଜୀକୃତ ଏହି ମାମଲାରେ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ପ୍ରଦାନ କରିବା ସହ ସମାନ ପରିମାଣର ଜଣେ କିମ୍ବା ଦୁଇ ଜଣ ଜାମିନଦାର ହାଜର କରିବା ପରେ ସେମାନଙ୍କୁ ଜାମିନରେ ମୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ଘଟଣାରେ ବିଶାଲ ଝା, ୧୮ ବର୍ଷୀୟ ଶ୍ବେତା ସିଂ, ମୟଙ୍କ ରାୱତ ଓ ନିରଜ ବିଷ୍ଣୋଇ ଗିରଫ ହୋଇଥିଲେ।

prayash

ସୂଚନାଯୋଗ୍ୟ ଯେ, ବିବାଦୀୟ ବୁଲିବାଇ ଆପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଟାର୍ଗେଟ କରାଯିବା ସହ ସେମାନଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଟିପ୍ପଣୀ ଦେଉଥିଲେ । ମହିଳାମାନେ ଏନେଇ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା।

kalyan agarbati

Comments are closed.