ଖୁବଶୀଘ୍ର ବିଏସ୍‌ଏନ୍‌ଏଲ୍‌ ଲଞ୍ଚ୍‌ କରିବ ହାଇସ୍ପିଡ୍‌ 4G ସେବା – ରିପୋର୍ଟ

ନୂଆଦିଲ୍ଲୀ – ଦେଶରେ ବିଭିନ୍ନ ବେସରକାରୀ ମୋବାଇଲ୍‌ ନେଟଓ୍ୱର୍କ ସେବାପ୍ରଦାନକାରୀ ସଂସ୍ଥା 4G ନେଟ୍‌ଓ୍ୱାର୍କର ସେବା ପ୍ରଦାନ କରୁଛନ୍ତି । ହେଲେ ବିଏସ୍‌ଏନ୍‌ଏଲ୍‌ ଏହି ସେବା ପ୍ରଦାନକରି ନାହିଁ । ଦେଶରେ ବିଏସ୍‌ଏନ୍‌ଏଲ୍‌ର ଭିତ୍ତିଭୂମିର କୌଣସି ଅଭାବ ନାହିଁ । କୋଣ ଅନୁକୋଣରେ ଏହାର ଟାଓ୍ୱାର ରହିଛି । ତେବେ ବି ଆଜି ଯାଏ ଏହା 4G ସେବା ପ୍ରଦାନ କରି ନାହିଁ ।

prayash

ବିଭିନ୍ନ ମହାନଗର ଏବଂ ବଡ ସହରମାନଙ୍କରେ ବିଏସ୍‌ଏନ୍‌ଏଲ୍‌ 4G ମୋବାଇଲ୍‌ ସେବା ଖୁବଶୀଘ୍ର ଉପଲବ୍ଧ କରାଇବ ବୋଲି ଜଣା ପଡିଛି । ଆସନ୍ତା ୬ ମାସ ମଧ୍ୟରେ ଦେଶରେ ବିଭିନ୍ନ ବଡ ସହରରେ ଏହା ଉପଲବ୍ଧ ହେବ । ଟାଟା କନସ୍‌ଟାନ୍ସି ସହ ମିଳିତ ଭାବେ ଏହି ସେବା ବିଏସ୍‌ଏନ୍‌ଏଲ୍‌ର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ଧହେବ ବୋଲି ଜଣା ପଡିଛି । ଏହର ଟ୍ରାଇଲ୍‌ କରାଯାଉଛି । ଏହା ସଫଳତାର ସହ ସମ୍ପନ୍ନ ହେଲେ ଆଗକୁ ଗ୍ରାହକମାନଙ୍କ ପାଇଁ ବିଏସ୍ଏନ୍‌ଏଲ୍‌ର 4G ସେବା ଉପଲବ୍ଧ ହେବ ।

କମ୍ପାନୀ ଏପ୍ରିଲ ୨୦୨୨ରେ ଏହାର ଯନ୍ତ୍ରାଶଂ କିଣିବ ବୋଲି ଏକ ଜାତୀୟସ୍ତରର ଓ୍ୱେବସାଇଟ୍‌ରେ ଖବର ପ୍ରକାଶିତ ହୋଇଛି । ବିଏସ୍‌ଏନ୍‌ଏଲ୍‌ର 4G ସେବା ଲଞ୍ଚ୍‌ ହେବା ପରେ ଏହା ଲାଭଜନକ ହୋଇପାରେ ବୋଲି ଆଶା କରାଯାଉଛି ।

kalyan agarbati

Comments are closed.