ଯୌନ ନିର୍ଯାତନା ମାମଲା: ବିଏସ୍‍ଏଫର ପୂର୍ବତନ ଅଧିକାରୀଙ୍କ ସମେତ ୫ଜଣଙ୍କୁ ୧୦ବର୍ଷ ଜେଲ୍‍

0

ଚଣ୍ଡିଗଡ : ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ସ୍ଥାନୀୟ ସିବିଆଇ ସ୍ୱତନ୍ତ୍ର ଅଦାଲତ ବିଏସଏଫର ଜଣେ ପୂର୍ବତନ ଅଧିକାରୀଙ୍କ ସମେତ ୫ଜଣଙ୍କୁ ୧୦ବର୍ଷ ଜେଲ୍‍ ଓ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ଜେଲ୍‍ ଦଣ୍ଡ ସହିତ ଅଦାଲତ ବିଏସଏଫର ପୂର୍ବତନ ଡିଆଇଜି କେଏସ୍‍ ପାଢି, ଜାମ୍ମୁ-କାଶ୍ମୀର ପୁଲିସର ପୂର୍ବତନ ଡିଏସପି ଅସ୍ରଫ ମିର୍‍ଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ଜାମ୍ମୁ-କାଶ୍ମୀରର ବାସିନ୍ଦା ସବିର ଅହମ୍ମଦ ଲାୱେ, ସବିର ଅହମ୍ମଦ ଲାଙ୍ଗଚୁ ଓ ମୁସାଦ ଅହମ୍ମଦଙ୍କ ଉପରେ ୫୦,୦୦୦ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି। ଏହି ଜୋରିମାନା ଅର୍ଥ ପୀଡିତାଙ୍କୁ କ୍ଷତିପୂରଣ ଆକାରରେ ଦିଆଯିବ। ୨୦୦୬ରେ ୪ ନାବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।

Leave A Reply