www.samajalive.in
Tuesday, December 9, 2025
16.1 C
Bhubaneswar

ହିନ୍ଦୁତ୍ବ ଭାବନାରେ ଅତୁଟ ସନକ

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାରେ ଋଷି ସନକ ହେଉଛନ୍ତି ପ୍ରଥମ ହିନ୍ଦୁ। ଏତେ ବଡ ଉଚ୍ଚ ପଦର ଅଧିକାରୀ ହେବା ସତ୍ତ୍ବେ ସନକ ନିଜର ହିନ୍ଦୁତ୍ବ ଭାବନାରେ ଅତୁଟ ରହିଛନ୍ତି। ନିଜର ଧାର୍ମିକ ପରିଚୟକୁ ଜଣାଇବାରେ ସେ କେବେହେଲେ କୁଣ୍ଠାବୋଧ କରି ନାହାନ୍ତି। ମଙ୍ଗଳବାର ସନକ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ ପରେ ତାଙ୍କ ପ୍ରଥମ ସମ୍ବୋଧନ କାଳରେ ଉପସ୍ଥିତ ଜନତାଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରିବା ସମୟରେ ତାଙ୍କ ଡାହାଣ ହାତରେ ହିନ୍ଦୁତ୍ବର ପ୍ରତୀକ ଭାବେ ନାଲି ଫିତା ଦେଖିବାକୁ ମିଳିଥିଲା।

ସନକ ହେଉଛନ୍ତି ପଞ୍ଜାବୀ ଖତ୍ରୀ ପରିବାରର ବଂଶଜ। ତାଙ୍କ ଜେଜେବାପା ଅଖଣ୍ଡ ଭାରତର ପଞ୍ଜାବ ପ୍ରଦେଶରୁ ଆଫ୍ରିକା ଓ ପରେ ଲଂଣ୍ଡନ ସ୍ଥାନାନ୍ତର ହୋଇଥିଲେ। ଗତବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ ସନକ ଓ ତାଙ୍କ ପତ୍ନୀ ଅକ୍ଷତା ଜନ୍ମାଷ୍ଟମୀ ଉତ୍ସବରେ ମନ୍ଦିର ପରିଦର୍ଶନ କରିଥିଲେ। ଏହାର ଫଟୋକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେହିପରି ଗୋ-ପୂଜା କରିବା ଓ ନିୟମିତ ମନ୍ଦିର ପରିଦର୍ଶନ କରିବା ଭଳି କାର୍ଯ୍ୟ ସନକ ଓ ତାଙ୍କ ପରିବାର ଜାରି ରଖିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories