www.samajalive.in
Monday, December 15, 2025
24.1 C
Bhubaneswar

ଏଣିକି କରୋନା ରୋଗୀ ଚିହ୍ନଟ କରିବ କୁକୁର, ବ୍ରିଟେନ୍ ତାଲିମ ଆରମ୍ଭ

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ବିଭିନ୍ନ ପରୀକ୍ଷଣ କରାଯାଉଛି। ଏହି ପରୀକ୍ଷଣ ମଧ୍ୟରେ ବ୍ରିଟେନ ଗୋଟିଏ ପାଦ ଆଗକୁ ଆସି ଏକ ଭିନ୍ନ ପରୀକ୍ଷା ଆରମ୍ଭ କରିଛି। କୁକୁରମାନେ କିଭଳି କରୋନା ସଂକ୍ରମିତଙ୍କୁ ଚିହ୍ନିପାରିବେ ତାହାକୁ ନେଇ ବ୍ରିଟେନ ପରୀକ୍ଷଣ କରୁଛି। ଏଥିପାଇଁ ବ୍ରିଟେନ କୁକୁରମାନଙ୍କୁ ନେଇ ତାଲିମ ଦେବା ଆରମ୍ଭ କରିଛି ଏବଂ ଏଥିପାଇଁ ସରକାର ପ୍ରାୟ ପାଞ୍ଚ କୋଟି ଟଙ୍କା ଅନୁମୋଦନ କରିଛନ୍ତି।

ଲାବ୍ରାଡୋର ଏବଂ କକର୍ ସ୍ପାନିଏଲ୍ ପ୍ରଜାତିର କୁକୁରମାନଙ୍କୁ ନେଇ ବ୍ରିଟେନ୍ ପରୀକ୍ଷା ଆରମ୍ଭ କରିଛି। ଏହି ସ୍ନିଫର୍ କୁକୁରମାନେ କୋଭିଡ୍ -୧୯ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନିବାରେ ସକ୍ଷମ ହେଲେ ଆଗକୁ କରୋକା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ସହଜ ହେବ। ଏହି ପ୍ରକ୍ରିୟାରେ କୁକୁରମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ରହିବ। ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଏବଂ ଟ୍ରପିକାଲ୍ ମେଡିସିନ୍‌ରେ ଏହାର ପ୍ରଥମ ପରୀକ୍ଷା ଆରମ୍ଭ ହୋଇଛି।

- Advertisement -

କୁକୁରମାନଙ୍କ ମଧ୍ୟରେ ଗନ୍ଧ ବାରିବାର ବହୁତ ଶକ୍ତିଶାଳୀ କ୍ଷମତା ରହିଛି। ବ୍ରିଟେନର ବିଶେଷଜ୍ଞମାନଙ୍କ ଦାବି କରିଛନ୍ତି ଯେ, ତାଲିମ ପରେ ଏହି କୁକୁରମାନେ କରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେବେ। ସେହିପରି ଦୁନିଆର ଅନେକ ଦେଶରେ ସ୍ନିଫର୍ କୁକୁରମାନଙ୍କୁ କର୍କଟ, ମ୍ୟାଲେରିଆ ଏବଂ ପର୍କିନ୍ସନ୍ ଭଳି ରୋଗର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ତାଲିମ ଦିଆଯାଉଛି।

ବ୍ରିଟେନର ମନ୍ତ୍ରୀ ଲର୍ଡ ବେଥେଲ କହିଛନ୍ତି ଯେ, ଯଦି ପରୀକ୍ଷା ସଫଳ ହୁଏ ତେବେ ଏହି କୁକୁରମାନେ ମେସିନ ଅପେକ୍ଷା ବହୁତ ଶୀଘ୍ର କରୋନା ରୋଗୀ ଚିହ୍ନଟ କରିପାରିବେ ବୋଲି ଆଶା କରାଯାଉଛି। ସେ ଆହୁରି କହିଛନ୍ତି ଯେ , ତାଲିମପ୍ରାପ୍ତ କୁକୁର ଏକ ଘଣ୍ଟାରେ ପ୍ରାୟ ୨୨ ଜଣ ଲୋକଙ୍କୁ ସ୍କ୍ରିନିଂ କରିପାରିବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories