ବିହାରରେ ପୁଣି ଚୋରି ହୋଇଗଲା ପୋଲ
ପାଟନା- ବିହାରରେ ଚୋରଙ୍କ ଦୌରାତ୍ମ୍ୟ ଦିନିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଲେ ଲୁହାରେ ତିଆରି ହୋଇଥିବା ଏକ ପୋଲକୁ ରାତ ରାତ ଲାଗି ଚୋରମାନେ କାଟି ନେଇଯାଇଥିଲେ । ଏବେ ବାଙ୍କା ଜିଲ୍ଲାରେ ଥିବା ଏକ ଲୁହାର ପୋଲକୁ ଚୋରମାନେ ଖଣ୍ଡ ଖଣ୍ଡ କରି କାଟି ଟ୍ରକରେ ଲଦି ନେଇଯାଇଛନ୍ତି ।
ପୋଲ ସର ଲୁହାରେ ତିଆରି ହୋଇଥିବା ଫୁଟ୍ ପାଥ୍ ଓଭର ବ୍ରିଜ୍କୁ ଚୋରାମାନେ ଚୋରି କରି ନେଇଛନ୍ତି । ଲୁହାର ଏହି ପୋଲ ସହ ଫୁଟ୍ ଓଭର୍ ବ୍ରିଜ୍କୁ ୧୪ ବର୍ଷ ତଳେ ତିଆରି କରାଯାଇଥିଲା । ଲୋକଙ୍କ ଚାଲିବା ପାଇଁ ଫୁଟ୍ ଓଭର୍ ବ୍ରିଜ୍ ଥିଲା ଏହାର ଅଧିକାଂଶ ଅଂଶକୁ ଚୋରମାନେ କାଟି ନେଇ ଯାଇଛନ୍ତି ।
ବିହାରରେ ପୋଲ ଚୋରି ହେବାର ଏହା ତୃତୀୟ ଘଟଣା । କିଛି ଦନି ତଲେ ଚୋରମାନେ ଏକ ୬୦ ଫୁଟ୍ ଲମ୍ବର ପୋଲକୁ କାଟି ନେଇଯାଇଥିଲେ । ସ୍ଥାନୀୟ ଲୋକ ଖବର ଦେବ ଏବଂ ବିଭିନ୍ନ ଗଣମାଧ୍ୟମରେ ଏହାର ଜୋରଦାର ଖବର ବାହାରିବା ପରେ ପ୍ରଶାସନ ଏ ବିଷୟରେ ଜାଣିବା ପାଇଁ ପାଇଥିଲେ । ମେକାନିକାଲ୍ ବିଭାଗର ନିଜକୁ ପରିଚୟ ଚୋରମାନେ ପୋଲ କାଟି ନେଉଥିବା ଅଭିଯୋଗ ହୋଇଛି ।
Comments are closed.