www.samajalive.in
Sunday, December 7, 2025
26.1 C
Bhubaneswar

ସାବାଡ ହେଲେ ମତୁଆଲ୍‌ ବରଯାତ୍ରୀ- ଡିଜେ ଗାଡି ନେଇ ….

ପିପିଲି- ଅନେକ ସମୟରେ ଆପଣବି ଏହି ସମସ୍ୟାରେ ପଡିଥିବେ । ବାହାଘର ବରଯାତ୍ରୀରେ ଡିଜେର ବୁକୁ ଫଟା ଚିତ୍କାର ତା ସାଙ୍ଗକୁ ମତୁଆଲା ବରଯାତ୍ରୀଙ୍କ ରାସ୍ତାଜାମ । ଦିପଟେ ଗାଡି ମଟରର ଲମ୍ବା ଧାଡି । ନାକେଦମ ହେଉଥିବା ଲୋକ । ହେଲେ , ମତୁଆଲା ବରଯାତ୍ରୀ ଏହାକୁ ଖାତିର୍‌ କରୁନଥିବେ। ଏମିତି ସାଧାରଣରେ ଅସୁବିଧା ସୃଷ୍ଟି କରୁଥିବା ବରଯାତ୍ରୀଙ୍କୁ ପୁଲିସ ସାବାଡ କରିଛି ।

ପିପିଲି – ଜଟଣୀ ରାସ୍ତାରେ ରାସ୍ତା ଅବରୋଧ କରି ନାଚୁଥିଲେ ବରଯାତ୍ରୀ, ଡିଜେ ପୁରା ଦମ୍‌ରେ ବି ବାଜୁଥିଲା। ରାସ୍ତାର ଦିପଟେ ଶହ ଶହ ଗାଡି ଅଟକି ରହିଥିଲେ । ଘଣ୍ଟାଘଣ୍ଟା ଧରି ଅସୁବିଧା ଭୋଗିଥିଲେ ଯାତ୍ରୀ । ବରଯାତ୍ରୀ ବେପାରୁଆ ଭାବେ ଧୀରେ ଧୀରେ ଚାଲିଥିଲେ ।

- Advertisement -

ଏତିକି ବେଳେ ପହଞ୍ଚିଥିଲା ପୁଲିସ ଗାଡି । ସିଧା ଡିଜେ ଗାଡିକୁ ଜବତ କରି ଥାନାକୁ ନେଇଥିଲା । ଏତିକି ବେଳେ ବରଯାତ୍ରୀ କିଛି ଅସୁବିଧା ସୃଷ୍ଟି କରୁ ନଥିବା କଥା ପୁଲିସକୁ ସଫେଇ ଦେଇଥିଲେ ମାତ୍ର ପୁଲିସ କିଛି ଶୁଣି ନଥିଲା । ଡିଜେ ଗାଡିକୁ ଝବତ କରି ଥାନାକୁ ନେଇଥିଲା । ଜରିମାନା ଆଦାୟ ପରେ ଛାଡିଥିଲା । ବାଧ୍ୟ ହୋଇ ବରଯାତ୍ରୀ ରାସ୍ତାଛାଡିଥିଲେ । ପୁଲିସର ଏହି କାର୍ଯ୍ୟକୁ ସାଧାରଣ ଲୋକ ବେଶ୍‌ ପ୍ରଶଂସା କରିଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories