www.samajalive.in
Monday, December 15, 2025
24.1 C
Bhubaneswar

ତ୍ୱଚା ପାଇଁ ପାଉଁରୁଟି

ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଓ ସଫା କରିବା କିଛି ସରଳ ଉପାୟ ଆପଣାଇବା ନିତାନ୍ତ ଆବଶ୍ୟକ। ଏଥିପାଇଁ ସ୍କ୍ରବ କରିବା ମଧ୍ୟ ଉପକାରୀ। ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ସ୍କ୍ରବ କରିପାରିବେ। ଅଟା ଠାରୁ ଆରମ୍ଭ କରି ଚିନି ଓ ସର ମଧ୍ୟ ବ୍ୟବହାର କରି ପାରିବେ। ଏହା ବ୍ୟତୀତ ପାଉଁରୁଟି ସ୍କ୍ରବ ମଧ୍ୟ ତ୍ୱଚା ପାଇଁ ଖୁବ ଉପକାରୀ। ପାଉଁରୁଟିରେ ସ୍କ୍ରବ ଏହାକୁ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ଅଧିକାଂଶ ଘରେ ପାଉଁରୁଟିର ପ୍ରଥମ ଓ ଶେଷ ୨ଟି ପାଉଁରୁଟି ଖାଇନଥାଆନ୍ତି। ଅନେକ ସମୟରେ ପାଉଁରୁଟି କିଛିଟା ମଧ୍ୟ ବଞ୍ଚିଯାଇଥାଏ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ….
ପ୍ରଥମେ କଞ୍ଚା କ୍ଷୀରରେ ପାଉଁରୁଟିକୁ ଭିଜାଇ ଦିଅନ୍ତୁ। ଇଚ୍ଛା ମୁତାବକ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ। ମାତ୍ର କ୍ଷୀର ଅଧିକ ପରିମାଣରେ ନେବେ ନାହିଁ। ଅଳ୍ପ କ୍ଷୀରରେ ପାଉଁରୁଟିକୁ ଖଣ୍ଡ ଖଣ୍ଡ କରି ଭିଜାଇ ଦିଅନ୍ତୁ। କିଛି ସମୟରେ ପରେ ହାତରେ ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଦିଅନ୍ତୁ। ୧୫ ରୁ ୨୦ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ମୁହଁରେ ବ୍ୟବହାର କରୁଥିବା କିଛି କ୍ରିମ ଲଗାଇ ଦିଅନ୍ତୁ। ଏହି ମିଶ୍ରଣକୁ ଆପଣ ଗୋଡ,ହାତ ଓ ବେକ ପାଇଁ ମଧ୍ୟ ବ୍ୟବହାର କରିପାରିବେ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories