www.samajalive.in
Sunday, December 7, 2025
14.1 C
Bhubaneswar

ବୁଦ୍ଧଖୋଲରୁ ମିଳିଲା ବରକୁଦିଆ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ପାହାଡ଼ରୁ ଅତି ବିରଳ ବରକୁଦିଆ ଲେଗ ଲେସ ଲିଜ଼ାର୍ଡକୁ ଠାବ କରିଛି ସ୍ନେକ ହେଲ୍ପ ଲାଇନ। ଏହା ଏକ ଗୋଡ଼ବିହୀନ ଚମ୍ପେଇନେଉଳ ପ୍ରଜାତି। ଏହି ପ୍ରାଣୀଟି ଆଗରୁ ଓଡ଼ିଶାରେ ମାତ୍ର ଦୁଇଟି ସ୍ଥାନରୁ ରେକର୍ଡ କରାଯାଇଥିଲା।

ଏହାର ସାଧାରଣ ନାମ ବରକୁଦିଆ ଲିମ୍ବ ଲେସ ସ୍କିଙ୍କ ଏବଂ ବୈଜ୍ଞାନିକ ନାମ୍ ବରକୁଦିଆ ଇନ୍ସୁଲାରିସ। ୧୯୧୭ ମସିହାରେ ଚିଲିକାରେ ଥିବା ବରକୁଦ ଦ୍ବୀପରୁ ଏହି ଲେଗ ଲେସ ଲିଜ଼ାର୍ଡକୁ ଆବିଷ୍କାର କରାଯାଇଥିଲା। ଓଡ଼ିଶାରେ ବରକୁଦ ଏବଂ ନନ୍ଦନକାନନକୁ ଛାଡିଦେଲେ ରାଜ୍ୟରେ ଆଉ କେଉଁଠି ଏହା ଦେଖାଯାଉ ନଥିଲା।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories