www.samajalive.in
Saturday, December 6, 2025
15.1 C
Bhubaneswar

ବ୍ରେଡ ଚିଲ୍ଲି

ଆବଶ୍ୟକ ସାମଗ୍ରୀ :

ବଡ ପାଉଁରୁଟି – ୧୦ଟି

- Advertisement -

ପିଆଜ (କଟା) – ୧ଟି

କଞ୍ଚା ଲଙ୍କା(କଟା) – ୩ଟି

ଟମାଟୋ (କଟା) – ୧ଟି

ରସୁଣ (କଟା) – ୮ଟି

କନଫ୍ଲୋର – ୨ଚାମଚ

ଲୁଣ – ସ୍ବାଦ ଅନୁସାରେ

ଟମାଟୋ ସସ୍‌ – ୩ଚାମଚ

ସୋୟା ସସ୍‌ – ୧ଚାମଚ

ଚିଲ୍ଲି ସସ୍‌ – ୨ଚାମଚ

ଭିନେଗାର – ୧ଚାମଚ

ଲଙ୍କା ଗୁଣ୍ଡ – ସ୍ବାଦ ଅନୁସାରେ

ଶିମଲା ଲଙ୍କା (କଟା) – ୧ଟି

ବଟର – ୩ଚାମଚ

ତେଲ – ଆବଶ୍ୟକ ଅନୁସାରେ

ପାଣି – ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ପାଉଁରୁଟିକୁ ଆଣି ତା କଡକୁ କାଟି ଦିଅନ୍ତୁ। ତାପରେ ପାଉଁରୁଟିକୁ ଛୋଟ ଛୋଟ କରି କାଟନ୍ତୁ। ଗ୍ୟାସ ଲଗାଇ କଡେଇ ବସାଇ ସେଥିରେ ବଟର ପକାଇ ଗରମ କରନ୍ତୁ। ତାପରେ କାଟିଥିବା ପାଉଁରୁଟିକୁ ସେଥିରେ​‌ ପକାଇ ଭଲ ଭାବେ ଭାଜି ଦିଅନ୍ତୁ। ଭାଜି ହୋଇଗଲା ପରେ ପାଉଁରୁଟିକୁ ଏକ ପାତ୍ରରେ କାଢି ଦିଅନ୍ତୁ। ପୁନଶ୍ଚ କଡେଇ ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ରସୁଣ ପକାଇ କିଛି ସମୟ ଭାଜନ୍ତୁ। ତାପରେ ସେଥିରେ ପିଆଜ, କଞ୍ଚା ଲଙ୍କା, ଶିମଲା ଲଙ୍କା ପକାଇ ୨ମିନିଟ ଭାଜନ୍ତୁ। ଗ୍ୟାସର ଆଞ୍ଚ କମାଇ ସେଥିରେ ଲଙ୍କାଗୁଣ୍ଡ, ଭିନେଗାର, ଚିଲ୍ଲି ସସ୍‌, ଟମାଟୋ ସସ୍‌ ଓ ସୋୟା ସସ୍ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ୨ମିନିଟ ତାକୁ ମିଶାଇବା ପରେ ସେଥିରେ ପାଣି ପକାଇ ଆଉ ଥରେ ମିଶାନ୍ତୁ। ସେଥିରେ ସ୍ବାଦ ଅନୁସାରେ ଲୁଣ ପକାଇ କିଛି ସମୟ ଫୁଟାନ୍ତୁ। ତାପରେ ମିଶ୍ରଣ ବହଳିଆ ହୋଇଗଲେ ସେଥିରେ ଭାଜିଥିବା ପାଉଁରୁଟିକୁ ପକାଇ ଭଲ ଭାବେ ମିଶାନ୍ତୁ। ତା ଉପରେ କଞ୍ଚା ପିଆଜ ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବ୍ରେଡ ଚିଲ୍ଲି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories